Thursday , March 23 2023
Home / ବିଶେଷ / ସିଫାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ସିଫାରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ୨୮/୦୧/୨୦୨୧ (ଓଡ଼ିଶା ସମାଚାର)- ଭାରତୀୟକୃଷି ଅନୁସନ୍ଧାନ ପରିଷଦ – କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ଅନୁସନ୍ଧାନ ସଂସ୍ଥାନ (ସିଫା)ରେ କୋଭିଡ ନିୟମ ଅନୁପାଳନ ପୂର୍ବକ ଗଣତନ୍ତ୍ର ଦିବସ ମହାସମାରୋହରେ କୌଶଲ୍ୟାଗଙ୍ଗସ୍ଥିତ ମୁଖ୍ୟ କାର୍ଯ୍ୟାଳୟଠାରେ ପାଳିତ ହୋଇଯାଇଛି ।ଜାତୀୟ ପତାକାଉତୋଳନ କରି ସିଫାର ନିର୍ଦ୍ଧେଶକ ଡଃ ସରୋଜ କୁମାର ସ୍ୱାଇଁ ନିରାପତା ରକ୍ଷୀଙ୍କ ଦ୍ୱାରା କରାଯାଇଥିବା ଚିତାକର୍ଷକ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବାସହ ସମବେତ କର୍ମଚାରୀମାନଙ୍କୁ ସିଫାର ଉନ୍ନତି ପାଇଁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ଡଃ ସ୍ୱାଇଁ ସିଫା ଦ୍ୱାରା କରାଯାଇଥିବା ଉନ୍ନୟନ କାର୍ଯ୍ୟ ଗୁଡ଼ିକ ସଫଳତାକୁ ବର୍ଣ୍ଣନା କରିଥିଲେ । କୋଭିଡ-୧୯ କଟକଣା ଯୋଗୁଁ ଗତ ଏପ୍ରିଲ ପହିଲାରେ ହେବାକୁ ଥିବା ସିଫାବାର୍ଷିକ ଉତ୍ସବ ବାତିଲ କାରଣରୁ ପ୍ରଦାନ କରାଯାଇନଥିବା ବାର୍ଷିକ ପୁରସ୍କାରକୁ ଡଃ ସ୍ୱାଇଁ ବିଜୟୀ ପ୍ରତିଯୋଗୀମାନଙ୍କୁ ପ୍ରଦାନ କରିଥିଲେ । ଏଥିସହିତ ସୁଶିଲାମା ମେମୋରିଆଲ ପୁରସ୍କାର, ଗିରଶ୍ ଚନ୍ଦ୍ର ମେମୋରିଆଲ, ଟି. ଋାମାପ୍ରଭୁ ମେମୋରିଆଲ ଓ ବି.ଆର୍. ମହାନ୍ତି ମେମୋରିଆଲ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।ଏହି ପରିପ୍ରେକ୍ଷୀରେକୋଭିଡଯୋଦ୍ଧା ଓ ବିଭିନ୍ନକ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା କର୍ମଚାରୀମାନଙ୍କୁ ଡଃ ସ୍ୱାଇଁ ସମ୍ବର୍ଦ୍ଧିତ କରିଥିଲେ ।ଏହି ଉତ୍ସବକୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀ ଆଇ.ବି. କୁମାର ପରିଚାଳନା କରିଥିବାବେଳେ ବରିଷ୍ଠ ବୈଷୟିକ ଅଧିକାରୀ ଡଃ ଉତ୍କଳଲକ୍ଷ୍ମୀ ମହାନ୍ତି ଓ ନିର୍ଦ୍ଧେଶକଙ୍କ ବ୍ୟକ୍ତିଗତ ସହାୟିକା ସୁଶ୍ରୀ ସିଙ୍ଗା ସୋରେନ୍ ସହାୟତା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ନିରାପତା ଅଧିକାରୀ ଶ୍ରୀ ଦେବବ୍ରତ ସାହୁ ସଂଯୋଜନାକରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.