Saturday , May 21 2022
Breaking News
Home / ବିଶେଷ / ସିଂହଗାଁ ପଂଚାୟତରେ ବୃକ୍ଷରୋପଣ କରି ମଜୁରୀ ନମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ

ସିଂହଗାଁ ପଂଚାୟତରେ ବୃକ୍ଷରୋପଣ କରି ମଜୁରୀ ନମିଳିବା ପ୍ରତିବାଦରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ

କେନ୍ଦ୍ରାପଡା,୨୮/୦୧/୨୦୨୧(ଓଡ଼ିଶା ସମାଚାର)- ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ସିଂହଗାଁ ପଂଚାୟତର ବୃକ୍ଷରୋପଣ କରି ମଜୁରୀ ନପାଇବା ପ୍ରତିବାଦରେ ବଡସାନରାଉଲିଆଡିଆ ଗ୍ରାମର ଜବକାର୍ଡଧାରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାଇ ସିଂହଗାଁ ପଂଚାୟତର ରାସ୍ତା ପାଶ୍ୱର୍ରେ ମନରେଗାରେ ବୃକ୍ଷରୋପଣ କାର୍ଯ୍ୟ କରିବା ପରେ ଦୀର୍ଘଦିନ ଧରି ମଜୁରୀ ନପାଇବାରୁ ଏହି କାର୍ଯ୍ୟ କରିବା ପାଇଁ କହିଥିବା ଏପିଓ ଏବଂ ପଟ୍ଟାମୁଣ୍ଡାଇ ବିଡିଓଙ୍କୁ ଜଣାଇବା ପରେ କୈାଣସି ପଦକ୍ଷେପ ନନେବାରୁ ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିଲା । ଗାଁ ସାଥି ତିଳୋତମା ସାମଲଙ୍କ ନେତୃତ୍ୱରେ ଜବକାର୍ଡଧାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଉମାରାଣୀ ସାମଲ, ପଂଚାନନ ସାମଲ, ନିରଞ୍ଜନ ସାମଲ, ସତ୍ୟଭାମା ସାମଲ, ବାସନ୍ତୀ ସାମଲ, ଅଜୟ ସାମଲ ପ୍ରମୁଖ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଓଡ଼ିଶା ସମାଚାର

About admin

Check Also

ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା 

ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …

Leave a Reply

Your email address will not be published. Required fields are marked *