ନିରାକାରପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଓ ତାର ଆଖପାଖ ଅଂଚଳରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମଳିପଡ଼ା ବାଙ୍ଗୁର ଶିକ୍ଷା ସଦନରେ ପ୍ରଧାନଶିକ୍ଷକ ଡ଼. ଗୈାରହରୀ ମିଶ୍ର ପତାକା ଉତୋଳନ କରିଥିବାବେଳେ ଅଚ୍ୟୁତପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ବ୍ରଜବନ୍ଧୁ କର , କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ସ୍କୁଲରେ ଅଧ୍ୟକ୍ଷ ସୁଧାଂଶୁ ଶେଖର ମହାନ୍ତି, ନିରାକାରପୁର ନେତାଜୀ ପବ୍ଲିକ ସ୍କୁଲରେ ପ୍ରଧାନ ଶିକ୍ଷୟତ୍ରୀ ସୁଜାତା ଦାଶ, ନିରାକାରପୁର ପଂଚାୟତରେ ସରପଂଚ ହୃଷିକେଶ ରାଉତରାୟ, ଡ଼ିଆ ପଂଚାୟତରେ ସରପଂଚ ମମତା ବେହେରା,ରାମେଶ୍ୱର ପଂଚାୟତରେ ସରପଂଚ ପ୍ରମୋଦ କୁମାର ତ୍ରିପାଠୀ ପତାକା ଉତୋଳନ କରିବା ସହ ଅଂଚଳର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଓଡ଼ିଶା ସମାଚାର