Monday , March 20 2023
Breaking News
Home / ବିଶେଷ / ଯୁବକ ନିଖୋଜ 

ଯୁବକ ନିଖୋଜ 

ଗରଦପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ଥାନା ଅନ୍ତର୍ଗତ ଡ଼ାହାଳପୁର ଗ୍ରାମର ପ୍ରିୟବ୍ରତ ମାହାଳି (୩୧) ଘରୁ କେଉଁଆଡ଼େ ଚାଲିଯାଇଛନ୍ତି । ଗତ ୨୬ ତାରିଖ ଦିନ ଘରେ ଖାଇ ପିଇ ଶୋଇଥିବାବେଳେ କେଉଁଆଡ଼େ ଚାଲିଯାଇଛନ୍ତି । ପରିବାରଙ୍କ ତରଫରୁ ବନ୍ଧୁ ବାନ୍ଧବ ସମ୍ପର୍କିୟଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଖୋଜ ଖବର କରିଥିଲେ ମଧ୍ୟ ଆଜି ସୁଦ୍ଧା ତାଙ୍କର କୌଣସି ପତା ମିଳିପାରି ନାହିଁ ବା ତାଙ୍କର ସନ୍ଧାନ ମିଳିପାରିନାହିଁ । ସେ ଅବିବାହିତ ଏବଂ ତାଙ୍କର ସାଧାରଣ ଭାବେ ମାନସିକ ବିକୃତି ରହିଥିବା ତାଙ୍କ ପିତା କୈଳାଶ ଚନ୍ଦ୍ର ମାହାଳି ସୂଚନା ଦେବା ସହିତ ଏ ସମ୍ପର୍କରେ ପାଟକୁରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ନିଖୋଜ ଯୁବକଙ୍କ ସମ୍ପର୍କରେ କେହି ବ୍ୟକ୍ତି ସୂଚନା ପାଇଲେ ନିକଟସ୍ଥ ଥାନାକୁ ଜଣାଇବାକୁ ପରିବାର ପକ୍ଷରୁ ନିବେଦନ କରାଯାଇଛି ।  ଓଡ଼ିଶା ସମାଚାର

Leave a Reply

Your email address will not be published.