Tuesday , March 21 2023
Breaking News
Home / ବିଶେଷ / ମହାପୁରୁଷ ଅଚ୍ୟୁତା ନନ୍ଦ ପୀଠରେ ପୁଷ୍ୟାଭିଷେକ ପୂର୍ଣ୍ଣିମା

ମହାପୁରୁଷ ଅଚ୍ୟୁତା ନନ୍ଦ ପୀଠରେ ପୁଷ୍ୟାଭିଷେକ ପୂର୍ଣ୍ଣିମା

ନିଶ୍ଚିନ୍ତକୋଇଲି,୨୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଆଜି ପୁଷ୍ୟାଭିଷେକ ପୂର୍ଣ୍ଣିମା । ଚଳଚଞ୍ଚଳ ପଦ୍ମବନ ପୀଠ ନେମାଳ। ମହାନ ସାଧକ, ଭବିଷ୍ୟତ ମାଳିକାକାର  ଓ ଦିବ୍ୟଦ୍ରଷ୍ଟା ମହାପୁରୁଷ ଅଚ୍ୟୁତାନନ୍ଦ । ମହାପୁରୁଷ ଙ୍କ ପୀଠରେ ପାଳିତ ହେଉଥିବା ପର୍ବ ପର୍ବାଣୀ ଗୁଡ଼ିକ ମଧ୍ୟରେ ପୁଷ୍ୟାଭିଷେକ ପୂର୍ଣ୍ଣିମା ଅନ୍ୟତମ । ଆଜି ପ୍ରାତଃ ସମୟରୁ   ମଙ୍ଗାଳା ଆଳତି ସହ ଯଥାବିଧି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା। କରୋନା କଟକଣା ମଧ୍ୟରେ କମ୍ ସଂଖ୍ୟକ ପୂଜକ ଙ୍କୁ  ନେଇ ପୂଜାକାର୍ୟ୍ୟ ଅନୁଷ୍ଠିତ ହେଉଅଛି। ମହାପୁରୁଷ ଙ୍କ ପୀଠକୁ ପୁଷ୍ପ ଦ୍ୱାରା  ସୁସଜିତ କରାଯାଇଛି।ମହାପୁରୁଷ ଅଚ୍ୟୁତାନନ୍ଦ ଥିଲେ ଜଗନ୍ନାଥ ଙ୍କ ପରମ ଭକ୍ତ । ସେଥିପାଇଁ କଥିତ ଅଛି ଯେଉଁ ଜଗନ୍ନାଥ ମୁରତି ନୀଳାଚଳ ରେ ସ୍ଥିତ ସେହି ଜଗନ୍ନାଥ ମୁରତି ପଦ୍ମ ବନେ ଉଦିତ ।ସନ୍ଧ୍ୟା ସମୟ ରେ  ସନ୍ଧ୍ୟାଆଳତି ସହ ମହାପୁରୁଷ ଙ୍କୁ ରାଜଧିରାଜ ବେଶ ରେ ଭକ୍ତ ମାନେ ସଜାଇଥିବା ଦେଖିବାକୁ ମିଳିଥିଲା। ଓଡ଼ିଶା ସମାଚାର

Leave a Reply

Your email address will not be published.