Saturday , April 1 2023
Breaking News
Home / କୃଷି / ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର 

ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର 

ରଘୁନାଥପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ କୃଷି କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଚିକିଣିଆ ଓ ତାରପୁର ଠାରେ ବିହନ ବିଶୋଧନ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଚିକିଣିଆ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏହି ଶିବିରକୁ ସ୍ଥାନୀୟ ସରପଂଚ ଶର୍ମିଷ୍ଠା ସ୍ୱାଇଁ ଉଦଘାଟନ କରିଥିବାବେଳେ  ଜିଲା କୃଷି ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ଚାଷୀମାନଙ୍କୁ ବିହନକୁ ରୋଗମୁକ୍ତ କରାଇବା , ବିହନ ଜନିତ ରୋଗଠାରୁ ଫସଲକୁ ରକ୍ଷା କରାଯିବା ସହିତ କିପରି ଅଧିକ ଅମଳ ହୋଇ ପାରିବ ସେ ବିଷୟରେ ଚାଷୀମାନଙ୍କୁ ପ୍ରଶିକ୍ଷଣ କରିିଥିଲେ । କୃଷି ଅଧିକାରିଣୀ ମନସ୍ୱିନୀ ଲେଙ୍କା  ଉପସ୍ଥିତ ଚାଷୀମାନଙ୍କୁ ମାସ୍କ ଓ ବିଶୋଧକ ବଂଟନ କରିବା ସହିତ ବିଶୋଧନର ପ୍ରକ୍ରିୟା ବାବଦରେ ଚାଷୀମାନଙ୍କୁ ବିସ୍ତ୍ରୁତ ଭାବେ ବୁଝାଇଥିଲେ । କୃଷି କର୍ମଚାରୀ ଅମିୟ କୁମାର ପରିଜା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କୃଷକ ସାଥୀ କଳ୍ପତରୁ ନାୟକ, ରୋଜାଲିନ୍ ଦାସ, ମାନସ ମହାନ୍ତି  ସହଯୋଗ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.