Monday , March 20 2023
Breaking News
Home / ବିଶେଷ / ପାରାଦୀପର ବିଭିନ୍ନ ସ୍ଥାନରେ ୭୨ତମ ଜନରାଜ୍ୟ ଦିବସ ପାଳିତ

ପାରାଦୀପର ବିଭିନ୍ନ ସ୍ଥାନରେ ୭୨ତମ ଜନରାଜ୍ୟ ଦିବସ ପାଳିତ

ପାରାଦୀପ ୨୮/୦୧/୨୦୨୧(ଓଡ଼ିଶା ସମାଚାର)-  ବନ୍ଦର ସହର ପାରାଦୀପର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୭୨ ତମ ଜନରାଜ୍ୟ ଦିବସ ପାଳିତ ହୋଇଯାଇଛି । ପାରାଦୀପ ବନ୍ଦର ପକ୍ଷରୁ ନୂଆବଜାରସ୍ଥିତ ଗୋପବନ୍ଧୁ ଷ୍ଟାଡିୟମ ଠାରେ ଜନରାଜ୍ୟ ଦିବସର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ପାରାଦୀପ ବନ୍ଦରର ଉପାଧ୍ୟକ୍ଷ ଏ.କେ.ବୋଷ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । କୋଭିଡ୍-୧୯ କଟକଣା ଯେଗୁଁ ସ୍କୁଲ, କଲେଜର ଛାତ୍ରଛାତ୍ରୀ ପ୍ୟାରେଡ୍ ରେ ସାମିଲ ହୋଇନଥିଲେ । ପାରାଦୀପ ସିଆଇଏସଏଫ୍ ର ତିନି ଗୋଟି ଦଳ ପ୍ୟାରେଡ୍ ରେ ସାମିଲ ହୋଇଥିଲେ ।  ପାରାଦୀପ ବନ୍ଦରର ବିଭିନ୍ନ ପ୍ରକଳ୍ପ ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ଏବଂ ପାରାଦୀପ ବନ୍ଦର ପଣ୍ୟକାରବାରରେ ଦେଶରେ ଏକ ନମ୍ବର ହେବ ବୋଲି ମୁଖ୍ୟ ଅତିଥି ଉପାଧ୍ୟକ୍ଷ ଶ୍ରୀ ବୋଷ ଆଶାବ୍ୟକ୍ତ କରିଥିଲେ । ସେହିପରି ପାରାଦୀପ ପୌର ପ୍ରଶସାନିକ କାର୍ଯ୍ୟାଳୟରେ ପ୍ରଶାସକ ଡ.କାହ୍ନୁ ଚରଣ ଧିର ପତାକା ଜାତୀୟ ପତାକା ଉତୋଳନ କରିଥିଲେ ।  ପାରାଦୀପ ବଡପଡିଆ ଠାରେ ରାଜ୍ୟ ସାମ୍ବାଦିକ ୟୁନିୟନର ଜଗତସିଂହପୁର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଜାତୀୟ ପତାକା ଉତୋଳନ କରିଥିଲେ,ଏହି କାର୍ଯ୍ୟକ୍ରମ ରେ ପାରାଦୀପ ର ଆକ୍ଟିଭ୍ ସୋସିଆଲ୍ ଟ୍ରଷ୍ଟ ଓ ସ୍ୱୟଂ ସହାୟିକା ଗୋଷ୍ଠୀ ର ମହିଳାମାନେ ଯୋଗ ଦେଇଥିଲେ । ସେହିପରି ପାରାଦୀପ ପୋର୍ଟ ବଣିକ ସଂଘ ପରିସରରେ ସଭାପତି ତଥା ବରିଷ୍ଠ ଶ୍ରମିକ ନେତା ସନ୍ତୋଷ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିବା ବେଳେ ପୂର୍ବ ଭାରତ ତୈଳ ବିଶୋଧନାଗାର ଶ୍ରମିକ ସଂଘର ଜିରୋ ପଏନ୍ଟ ସ୍ଥିତ କାର୍ଯ୍ୟାଳୟ ପରିସରରେ ପାରାଦୀପ ବନ୍ଦର କ୍ଷତିଗ୍ରସ୍ତ ଜମିହରା କୃଷକ ସଂଘ ସଭାପତି ଚିନ୍ମୟ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ପାରାଦୀପ ବିଜେଡିର ନଗର ସଭାପତି ବସନ୍ତ ବିଶ୍ୱାଳ ନୂଆବଜାର ଠାରେ ଥିବା ଦଳୀୟ କାର୍ଯ୍ୟାଳୟ ପରିସରରେ ଜାତୀୟ ପତାକା ଉତୋଳନ କରିଥିଲେ । ସେହିପରି ଆଜାଦ୍ ଭାରତ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ମଧ୍ୟ ୭୨ତମ ଜନରାଜ୍ୟ ଦିବସ ପାଳିତ କରାଯାଇଥିଲା । ଏଥିରେ ପାରାଦୀପ ବିଜେଡି ସଭାପତି ବସନ୍ତ ବିଶ୍ୱାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ଅନ୍ୟ ପକ୍ଷରେ ପାରାଦୀପ ଖବରକାଗଜ ବିକ୍ରେତା ସଂଘ ପକ୍ଷ ରୁ ବଡପଡିଆ ଠାରେ ସଭାପତି ନିମାଇଁ ଚରଣ ମହାପାତ୍ର ଜାତୀୟ ପତାକା ଉତୋଳନ କରିଥିଲେ । ପାତାଞ୍ଜଳୀ ଯୋଗ ସମିତି ପକ୍ଷରୁ ଯୋଗଗୁରୁ ରଂଜିତ କୁମାର ରାୟ ଜାତୀୟ ପତାକା ଉତୋଳନ କରିଥିଲେ । ପୂର୍ବ ଉପକୂଳ ପ୍ରଗତିଶୀଳ ମହିଳା ଟ୍ରଷ୍ଟ ପକ୍ଷରୁ ପାରାଦୀପର ବହୁ ସ୍ଥାନରେ ଟ୍ରଷ୍ଟର ଉପଦେଷ୍ଟା ଦେବବ୍ରତ ସାହୁ ଜାତୀୟ ପତାକା ଉତୋଳନ କରିଥିଲେ । ଏଥି ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ପକ୍ଷରୁ  ଜାତୀୟ ପତାକା ଉତୋଳନ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.