ପାଟକୁରା, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ରାଜ୍ୟର ଓଡିଆସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ବର୍ଷପାଇଁ ଯୋଉଁ ୧୫ ଜଣ ବିଶିଷ୍ଟ ସାହିତି୍ୟକ ଙ୍କୁ ସମ୍ବର୍ଦ୍ଧିତ କରାଯିବାପାଇଁ ସ୍ଥିରକରାଯାଇଛି ସେମାନଙ୍କ ମଧ୍ୟରୁ ପାଟକୁରା ଅଂଚଳର ବୟୋଜ୍ୟେଷ୍ଠ ବୋହୁ ତଥା ଗାଳ୍ପିକା ନିର୍ମଳାପ୍ରଭା ନାୟକ ସ୍ଥାନ ପାଇଛନ୍ତି । ପୁର୍ବରୁ ଆମ ସାହିତ୍ୟରେ ବହୁ ଜୀବନୀ ଓ ଆତ୍ମଜୀବନୀ ଆଦି ଲେଖା ପ୍ରକାଶିତ ହେଇଛି କିନ୍ତୁ ଶ୍ରୀମତୀ ନାୟକଙ୍କର “ସାୟାହ୍ନର ସୃତି” ସମସ୍ତଙ୍କ ଠାରୁ ଅଲଗା । ପ୍ରଥମଥର ପାଇଁ ସେ ନିଜ କଥା ଲେଖିବା ସହିତ ତାଙ୍କ ସ୍ୱାମୀଙ୍କର ଜୀବନ ଚରିତ ଲେଖିଦେଇଛନ୍ତି । ତାହା ଯେତିକି ଅନ୍ତରଙ୍ଗ ସେତିକି ବିଶ୍ୱସ୍ତ । ଏହା ବ୍ୟତୀତ ଶ୍ରୀମତୀ ନାୟକଙ୍କ ଦ୍ୱାରା ରଚିତ ଅନେକ ଗଳ୍ପ ଓ କବିତା ର ପାଣ୍ଡୁଲିପି ଗୁଡିକ ପ୍ରକାଶ ଅପେକ୍ଷାରେ ପଡିରହିଛି । ସ୍ୱମୀ ଅଖଣ୍ଡାନନ୍ଦ ସରସ୍ୱତୀ ଙ୍କ ରଚିତ ହିନ୍ଦୀ ଗ୍ରନ୍ଥ “ନାରଦ ଭକ୍ତି ଦର୍ଶନ” କି ଶ୍ରୀମତୀ ନାୟକ ଓଡିଆରେ ଅନୁବାଦ କରିଛନ୍ତି । ଶ୍ରୀମତୀ ନାୟକ ପାଟକୁରାର ଗାନ୍ଧୀ ତଥା ପାଟକୁରାର ପୁର୍ବତନ ବିଧାୟକ ସ୍ୱର୍ଗତ ରାଜକିଶୋର ନାୟକ ଙ୍କର ଧର୍ମପତ୍ନୀ ଅଟନ୍ତି ।
କଟକ ଜିଲ୍ଲା ଅସୁରେଶ୍ୱର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଶ୍ରୀମତୀ ନାୟକ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଆରିଲୋ ଗ୍ରାମରେ ଶିକ୍ଷକ ତଥା ଗାନ୍ଧୀବାଦୀ ନେତା ରାଜକିଶୋର ନାୟକଙ୍କୁ ବିବାହ କରିଥିଲେ । ଶ୍ରୀମତୀ ନାୟକ ସ୍ଥାନୀୟ ଚିତ୍ରୋତ୍ପଳା ବାଳିକା ଉଚ୍ଚବିଦ୍ୟାଳୟରେ ହିନ୍ଦି ଶିକ୍ଷୟତ୍ରୀ ରୁପେ ପ୍ରଥମେ ତାଙ୍କର କର୍ମମୟ ଜୀବନ ଆରମ୍ବ କରି ଭୁବନେଶ୍ୱର ୟୁନିଟ ୯ ହାଇସ୍କୁଲ ରେ ଅବସର ଗ୍ରହଣ କରିଥିଲେ । ତାଙ୍କର ସୁଯୋଗ୍ୟ ସନ୍ତାନ ଅତନୁ ସବ୍ୟସାଚୀ ନାୟକ ପ୍ରଥମେ ପାଟକୁରା ଓ ବର୍ତମାନ ମହାକାଳପଡା ନିର୍ବଚନ ମଣ୍ଡଳୀର ବିଧାୟକ ଅଛନ୍ତି । ଓଡିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଶ୍ରୀମତୀ ନାୟକଙ୍କୁ ବିଶିଷ୍ଟ ସାହିତି୍ୟକ ରୁପେ ମନୋନୀତ କରାଯାଇଥିବାରୁ ପାଟକୁରା ଅଂଚଳରେ ସାହିତି୍ୟକ , ଶିକ୍ଷାବିତ ଓ ବୁଦ୍ଧିଜୀବୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶା ସମାଚାର