Sunday , April 2 2023
Breaking News
Home / ବିଶେଷ / ନୂଆପଡା ବଜାରରେ ତ୍ରୀନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ନୂଆପଡା ବଜାରରେ ତ୍ରୀନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ପାଟକୁରା, ୨୮/୦୧/୨୦୨୧(ଓଡ଼ିଶା ସମାଚାର)-ଗରଦପୁର ବ୍ଳକ ଅନ୍ତର୍ଗତ ପଦ୍ମପୁର ପଂଚାୟତର ନୂଆପଡା ବଜାରରେ ତ୍ରୀନାଥ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆଜି ଅନୁଷ୍ଟିତ ହୋଇଯାଇଛି । ନୂଆପଡା ଗ୍ରାମବାସୀ ଓ ନୂଆପଡା ବଜାରରେ ଥିବା ଚିତ୍ରୋତ୍ପଳା ବଣିକ ସଂଘ ପକ୍ଷରୁ ଆୟୋଜିତ ଏକ ଦିନାତ୍ମକ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସ୍ଥାନୀୟ ଅଂଚଳର ଶ୍ରଦ୍ଧାଳୁମାନେ ଯୋଗ ଦେଇଥିଲେ । ପ୍ରତୁ୍ୟଷରୁ ଚିତ୍ରୋତ୍ପଳା ନଦୀରୁ ଶୁଭ କଳସ ବୁଡାଇ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମନ୍ଦିର ଶିଖରରେ ପତାକା ଲଗାଯାଇ ପ୍ରତିଷ୍ଠା କରାଯିବା ପରେ ପରେ ବିଗ୍ରହମାନଙ୍କୁ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ପ୍ରକାଶ ଯେ,ପୂର୍ବରୁ ଗ୍ରାମର ଠାକୁରାଣୀଙ୍କ ମନ୍ଦିରରେ ପୂଜା ପାଇ ଆସୁଥିବା ବିଗ୍ରହମାନଙ୍କୁ ଅଣାଯାଇ ନବ ନିର୍ମିତ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିଲା । ବଜାର କମିଟି ଓ ଗ୍ରାମବାସୀମାନଙ୍କ ସହଯୋଗରେ ଏହି ପ୍ରତିଷ୍ଟା କାର୍ଯ୍ୟ ଅନୁଷ୍ଟିତ ହୋଇ ଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.