Saturday , March 25 2023
Breaking News
Home / ବିଶେଷ / ଜଗତସିଂହପୁର ପଂଚମ ଜିଲ୍ଲାପରିଷଦର ସାଧାରଣ ବୈଠକ

ଜଗତସିଂହପୁର ପଂଚମ ଜିଲ୍ଲାପରିଷଦର ସାଧାରଣ ବୈଠକ

ଜଗତସିଂହପୁର ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଗୁରୁବାର ପୂର୍ବାହ୍ନରେ ଜଗତସଂହପୁର ପଂଚମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲ୍ା ପରିଷଦ ସଭାପତି ଶ୍ରୀମତୀ ପ୍ରିୟଦର୍ଶିନୀ ବିଶ୍ୱାଳ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ଯୋଗଦେଇ ଓଡିଶାର ଜଳସଂପଦ ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଲେ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ବହୁତ ଗୁଡିଏ ରାସ୍ତା ଖରାପ ହୋଇ ଯାଇଛି । ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା-(ାାା)ରେ ଥିବା ରାସ୍ତା ଗୁଡିକ ଦୀର୍ଘ ଓ ପ୍ରମୁଖ ରାସ୍ତା ସହିତ ସଂଯୋଗ କରାଯିବ । ଗ୍ରାମାଂଚଳର ପ୍ରମୁଖ ରାସ୍ତା ବ୍ୟାଙ୍କ, ବିଦ୍ୟାଳୟ, ସି.ଏଚ୍.ସି,ପି.ଏଚ୍.ସି, ଯାନ୍ତ୍ରିକ ମହାବିଦ୍ୟାଳୟକୁ ସଂଯୋଗ କରାଯିବା ପାଇଁ ସାଟେଲାଇଟ୍ ମାଧ୍ୟମରେ ଜିଓ ଟ୍ୟାଗ ଚିହ୍ନିତ କରାଯାଇଛି । ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ତାଲିକାରେ ଅତି ଆବଶ୍ୟକ ରାସ୍ତା ସ୍ଥାନ ପାଇ ନାହିଁ,ସେହି ରାସ୍ତା ଗୁଡିକୁ ତାଲିକା ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦର ସଭ୍ୟ ସଭ୍ୟାମାନେ ଆର୍.ଡି ଅଧିକ୍ଷଣ ଯନ୍ତ୍ରୀକୁ ପ୍ରଦାନ କରିବାକୁ ଯନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ସଂପୃକ୍ତ ଅଂଚଳର ଜନ ସାଧାରଣ ଉପକୃତ ହୋଇପାରିବେ । ଆମ ଲୋକଙ୍କର ସୁବିଧା ଅସୁବିଧା ଆମ ଜ୍ଞାତସାରରେ ରହିବା ଦରକାର । କେନାଲ ଓ ନଦୀବନ୍ଧ ରାସ୍ତାର ରକ୍ଷଣାବେକ୍ଷଣ ଆଉ ଜଳସଂପଦ ବିଭାଗ ଦ୍ୱାରା ହେବନାହିଁ । ନଦୀବନ୍ଧ ଓ କେନାଲ ବନ୍ଧ ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରାମ୍ୟ ଉନ୍ନୟନ ଓ ପୂର୍ତ ବିଭାଗ ଦ୍ୱାରା କରାଯିବ । ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାପନ୍ନ କମିଟି ଦ୍ୱାରା ଏହି ରାସ୍ତାଗୁଡିକ ଆର୍.ଡି. ଓ ଆର୍.ଆଣ୍ଡ.ବି ବିଭାଗକୁ ହସ୍ତାନ୍ତର କରାଯିବ । ବୈଠକରେ ଯୋଗଦେଇ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରା ପ୍ରଶାନ୍ତ କୁମାର ମୁଦୁଲି କହିଲେ ପି.ଏମ୍.ଜି.ଏସ୍.ଓାଇ ରେ ଯେଉଁ ରାସ୍ତା ଗୁଡିକ ଯୋଜନା ଭିତରେ ରହିଛି ତାହାର ଅନୁମୋଦନ ନିମନ୍ତେ ଏହି ବୈଠକ ଡକାଯାଇଛି । ଏହି ତାଲିକାରେ ଯେଉଁ କିଛି ରାସ୍ତା ବାକି ରହିଯାଇଛି,ବିଭାଗୀୟ ଅଧିକାରୀମାନେ ପ୍ରଧାନ ରାସ୍ତା ଗୁଡିକୁୁ ଅନ୍ତର୍ଭୁକ୍ତ କରନ୍ତୁ । ରାଜ୍ୟ ସରକାର ମଧ୍ୟ କିଛି କିଛି ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ପାହ୍ୟା ବୃଦ୍ଧି (ଅପ ଗ୍ରେଡେସନ୍)ପାଇଁ ଦେବେ । ଜିଲ୍ଲା ପରିଷଦ ସଭ୍ୟସଭ୍ୟା ମାନଙ୍କର ପ୍ରସ୍ତାବ ଗୁଡିକ ବିଭାଗୀୟ ଯନ୍ତ୍ରୀମାନେ ଉଚିତ୍ ରୂପେ ଦେଖିବେ । ମାର୍ଚ୍ଚମାସ ସୁଦ୍ଧା ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ବିଧାୟକ ପରାମର୍ଶ ଦେଇଥିଲେ । ପାରାଦ୍ୱୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଯୋଗଦେଇ କହିଲେ ବର୍ତମାନର ସରକାର ହେଉଛି ଲୋକାଭିମୁଖ୍ୟ ସରକାର । ଗଣତନ୍ତ୍ରରେ ଲୋକ ପ୍ରତିନିଧି ମାନଙ୍କ ମତାମତ ଓ ପରାମର୍ଶ ପ୍ରଶାସନ ଗ୍ରହଣ କରିବା ଉଚିତ । ତିର୍ତୋଲର ନବ ନିର୍ବାଚିତ ବିଧାୟକ ଶ୍ରୀ ବିଜୟ ଶଙ୍କର ଦାସ ଯୋଗଦେଇ କହିଲେ ଜିଲ୍ଲ୍ା ପରିଷଦ ସଭ୍ୟ,ସଭ୍ୟା ମାନଙ୍କର ପ୍ରସ୍ତାବ ପ୍ରକଳ୍ପ ନିର୍ଦ୍ଧେଶକଙ୍କ ଜରିଆରେ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ପଠାଯିବ । ବୈଠକରେ ବ୍ଲକ ଓାରୀ ଛାଡିଯାଇଥିବା ରାସ୍ତାକୁ ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା,ପଂଚାୟତ ସମିତି ଅଧ୍ୟକ୍ଷ ଅଧ୍ୟକ୍ଷାମାନେ ବ୍ୟାପକ ଆଲୋଚନା କରିଥିଲେ । ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରିଥିଲେ । ବୈ÷ଠକରେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ଅନନ୍ତ ଗୋପାଳ ଶତପଥୀ ପ୍ରଧାନମନ୍ତ୍ରୀ ସଡକ ଯୋଜନା-୩ ରେ ଦିଆଯାଇଥିବା ପୁରୁଣା ରାସ୍ତା ଗୁଡିକ ସୁଦୃଢୀକରଣ ଓ ଓସାରିଆ କରାଯିବ ବୋଲି ସୂଚନା ଦେଇଥିଲେ । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାସ୍ତା କାର୍ଯ୍ୟ ସମ୍ପନ୍ନ କରାଯିବ । ଜିଓ ଟ୍ୟାଗିଙ୍ଗ ମାଧ୍ୟମରେ ଜିଲ୍ଲାର ୧୯୩ଟି ରାସ୍ତା ୧୭୮୦ କି.ମି ତାଲିକାଭୁକ୍ତ ହୋଇଥିବା ସୂଚନା ଦେଇଥିଲେ ।

ବୈଠକ ପ୍ରାରମ୍ଭରେ ଜିଲ୍ଲା ପରିଷଦ ସଭାପତିଙ୍କ ପ୍ରସ୍ତାବ କ୍ରମେ ଜିଲ୍ଲାପାଳଙ୍କ ମାତୃ ବିୟୋଗ ପାଇଁ ଗୃହରେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ପରିଷଦ ଉପ-ସଭାପତି ଶ୍ରୀ ଲିଙ୍ଗରାଜ ସ୍ୱାଇଁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ଜିଲ୍ଲା ପରିଷଦ ସଭ୍ୟ,ସଭ୍ୟା,ପଂଚାୟତ ସମିତି ଅଧକ୍ଷ ଅଧ୍ୟକ୍ଷା,ବି.ଡି.ଓ,ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀମାନେ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.