Thursday , March 23 2023
Home / କ୍ରୀଡ଼ା / ଛଣଗିରି ରେ ରାଜ୍ୟସ୍ତରୀୟ ଫୁଟବଲ : ବାପୁଜୀ କ୍ଲବକୁ ହରାଇ ଆର.ଏନ ଏକାଡ଼େମୀ ୨-୧ରେ ବିଜୟୀ

ଛଣଗିରି ରେ ରାଜ୍ୟସ୍ତରୀୟ ଫୁଟବଲ : ବାପୁଜୀ କ୍ଲବକୁ ହରାଇ ଆର.ଏନ ଏକାଡ଼େମୀ ୨-୧ରେ ବିଜୟୀ

ନିରାକାରପୁର, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରିଠାରେ ମା ଭଗବତୀ ଫୁଟବଲ ଆସୋସିଏସନ ତରଫରୁ ୭ମ ବାର୍ଷିକ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ର ତୃତୀୟ ଲିଗ ମ୍ୟାଚରେ ବାପୁଜୀ କ୍ଲବ,କଟକ କୁ ଆର.ଏନ ଏକାଡ଼େମୀ ,ଖୋର୍ଦ୍ଧା ଭେଟିଥିଲା । ପ୍ରଥମାର୍ଦ୍ଧରେ ଆରଏନ ଏକାଡ଼େମୀ ତରଫରୁ ୧୦ନମ୍ବର ଜର୍ସି ଶ୍ରୀନିବାସ ଦାସ ଓ ୧୨ନମ୍ବର ଜର୍ସି ଆଲୋକ କୁମାର ପର୍ଯ୍ୟାୟ କ୍ରମେ ଦୁଇଟି ଗୋଲ କରି ବାପୁଜୀ କ୍ଲବଠାରୁ ଆଗରେ ରହିଥିଲେ । ପରେ ଦ୍ୱିତୀୟାର୍ଦ୍ଧରେ ବାପୁଜୀ କ୍ଲବର ୧୦ନମ୍ବର ଜର୍ସି ବାପୁନୀ ବିନ୍ଧାନି ଖୋର୍ଦ୍ଧା ଉପରେ ଗୋଟିଏ ଗୋଲ କରିଥିଲେ ବି ୨-୧ ଗୋଲରେ ଆର.ଏନ ଖୋର୍ଦ୍ଧା ବିଜୟ ଲାଭ କରିଥିଲା । ଖେଳକୁ ରବି ନାରାୟଣ ରଣା,ଶରତ ଚନ୍ଦ୍ର ରଣା,ସୁକାନ୍ତ କୁମାର ପ୍ରଧାନ ଓ ଫକୀର ଚରଣ ନିସଙ୍କ ପରିଚାଳନା କରିଥିଲେ । ମୁଖ୍ୟ ଅତିଥିଭାବେ ଯୁବ ବିଜେଡ଼ି ଖୋର୍ଦ୍ଧା ଜିଲ୍ଲା ସଭାପତି ରାଜେଶ ପରିଡ଼ା, ସମ୍ମାନୀତ ଅତିଥିଭାବେ ଯୁବ ବିଜେଡ଼ ଜିଲ୍ଲା ସଂପାଦକ ପ୍ରଭାତ କୁମାର ସ୍ୱାଇଁ, ବିଭୁତି ଭୂଷଣ ଦାସ, କ୍ରୀଡ଼ାବିତ ତଥା ସମାଜସେବୀ ରଣଞ୍ଜିତ ପଟ୍ଟନାୟକ, ଆସୋସିଏସନର ସଭାପତି ମାନସ ଦାସ,ସଭ୍ୟ ପାଣୁ ବେହେରା, ବିଶ୍ୱନାଥ ପ୍ରଧାନ, ଲିଙ୍ଗରାଜ ସାହୁ ପ୍ରମୁଖ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଖେଳର ବିବରଣୀକୁ ଚନ୍ଦନ ମିଶ୍ର ଉପସ୍ଥାପନ କରିଥିଲେ । ପରବର୍ତୀ ଚତୁର୍ଥ ଲିଗ ମ୍ୟାଚ ବାଲାଜି ଏକାଡ଼େମୀ ,ଜଟଣୀ ବନାମ ଅରବିନ୍ଦ ସ୍ପୋଟର୍ସ ,ଆଠଗଡ଼,କଟକ ମଧ୍ୟରେ ଖେଳ ଅନୁଷ୍ଠିତ ହେବ । ଓଡ଼ିଶା ସମାଚାର

Leave a Reply

Your email address will not be published.