Saturday , April 1 2023
Breaking News
Home / ବିଶେଷ / ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ରକୁ ଅଧିକ ସୁଦୃଢ କରେ

ଚତୁର୍ଥ ସ୍ତମ୍ଭ ଗଣତନ୍ତ୍ରକୁ ଅଧିକ ସୁଦୃଢ କରେ

କଟକ ସଦର/ସାଲେପୁର,୨୮/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା):ଏସୟୁଜେ କଟକ ଜିଲ୍ଲାସଂଘର ସାଧାରଣ ପରିଷଦ ବୈଠକ, ଆଲୋଚନା ଚକ୍ର ଏବଂ  ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି  ।

 ସଂଘର ଜିଲ୍ଲା ସଭାପତି ସାମ୍ବାଦିକ ଅଖିଳେଶ ପଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନିଆଳି ବିଧାୟକ ତଥା କଟକ ଜିଲ୍ଲା ଯୋଜନାବୋର୍ଡ ଅଧ୍ୟକ୍ଷ ଡାକ୍ତର ପ୍ରମୋଦ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ସାମ୍ବାଦିକ ମାନେ ସକରାତ୍ମକ ସମ୍ବାଦ ପରିବେଷଣ ଦ୍ୱାରା ସମାଜର ବହୁବିଧ ପ୍ରଗତି ସାଧିତ ହୋଇପାରୁଛି ବୋଲି କହିଥିଲେ  । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଲେ ସାମ୍ବାଦିକ ମାନେ ଦେଶ ଓ ଜାତିର ଗାରିମାକୁ ଅଧିକ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଆସୁଛନ୍ତି  । ଏସୟୁଜେ ରାଜ୍ୟ ସଭାପତି ଅଜୟ ସାହୁ, ସାଧାରଣ ସମ୍ପାଦକ କୈଳାଶ ନାୟକ, କଲ୍ୟାଣପାଣ୍ଠି ଅଧ୍ୟକ୍ଷ ଗଗନ ବିହାରୀ ସାହୁ, ସ୍ତମ୍ଭକାର ଶ୍ରୀ ସନ୍ୟାସୀ, ଆଇନିଜୀଵୀ କବି ନାରାୟଣ ଜେନା, ସଦର ପ୍ରେସକ୍ଲବ ସଭାପତି ସୁରେନ୍ଦ୍ର ମହାପାତ୍ର, ସରପଞ୍ଚ ରଶ୍ମିତା ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଜିଲ୍ଲାର ୧୪ ଟି ବ୍ଲକ ଏବଂ ମୁନିସିପାଲିଟି ଅଂଚଳରୁ ଶତାଧିକ ସାମ୍ବାଦିକ ଏହି ସମାବେଶରେ ଯୋଗଦେଇଥିଲେ  । ଏସୟୁଜେ କଟକ ଜିଲ୍ଲା ଉପସଭାପତି ରମେଶ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ “ଗଣତନ୍ତ୍ର ରାଷ୍ଟ୍ରରେ  କେତେ ସୁରକ୍ଷିତ ଚତୁର୍ଥ ସ୍ତମ୍ଭ” ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା  । ଏଥିରେ ବହୁବକ୍ତା ଭାଗନେଇ ବକ୍ତବ୍ୟ ପ୍ରଦାନ କରିଥିଲେ  ।

ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ବାଲିଅନ୍ତା ଆଇଆଇସି ପ୍ରଦୀପ କୁମାର ରାଉତ ଏବଂ କଟକ ସଦର ଆଇଆଇସି ସୁଧାଂଶୁ ଭୂଷଣ ଜେନାଙ୍କୁ “ଶଙ୍କର ପ୍ରସାଦ ମିଶ୍ର ସ୍ମାରକୀ” ସେବା ସମ୍ମାନ ପ୍ରଦାନ କରାଯାଇଥିଲା  ।

ଏସୟୁଜେ ରାଜ୍ୟ ସଭାପତି, ସାଧାରଣ ସମ୍ପାଦକ, କଲ୍ୟାଣପାଣ୍ଠି ଚେୟାରମ୍ୟାନଙ୍କୁ ସମ୍ମାନିତ କରାଯାଇଥିଲା  । ଅତିଥିମାନେ ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ  । ଉତ୍ସବକୁ ରଘୁନାଥ ଆଚାର୍ଯ୍ୟ,  କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଧୀରେନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ,  ଅଭୟ ଜେନା,  ରତ୍ନାକର ବାରିକ, ଦେବଦତ୍ତ ମଳୟ କୁମାର ବରାଳ, ଶଶୀ ଭୂଷଣ ଷଢଙ୍ଗୀ, ଅଜୟ ଦାସ, ସନାତନ ପରିଜା,  ରାଜକିଶୋର ବେହେରା , ମାନସ ପରିଜା, ଗୌର କିଶୋର ସାହୁ, ପ୍ରଦୀପ୍ତ ମିଶ୍ର ଏବଂ ତାରାକାନ୍ତ ନାୟକ, ପ୍ରମୁଖ ବରିଷ୍ଠ ସାମ୍ବାଦିକ ମାନେ ପରିଚାଳନା କରିଥିଲେ  । ଓଡିଶା ସମାଚାର

Leave a Reply

Your email address will not be published.