କେନ୍ଦ୍ରାପଡା,୨୮/୦୧/୨୦୨୧(ଓଡ଼ିଶା ସମାଚାର)- ନିକିରାଇ ଥାନା ଅନ୍ତର୍ଗତ କୋରୋ ଗ୍ରାମପଂଚାୟତର ଗଇଦୁଆସ୍ଥିତ ବିଶିବିଲ ପାଟରେ ଜଣେ ଅଜଣା ବ୍ୟକ୍ତିଙ୍କ ଶବ ଏକ ଗଛ ଡାଳରେ ଝୁଲୁଥିବାର ଦେଖିବାକୁ ମିଳିଛି । ଖବର ପାଇ ନିକିରାଇ ଥାନା ପୋଲିସ ଶବ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଶବ ବ୍ୟବଛେଦ ପାଇଁ ପଠାଇ ତଦନ୍ତ କରୁଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର