Monday , May 23 2022
Home / ସ୍ୱାସ୍ଥ୍ୟ / କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ରୋଗୀର ମୃତୁ୍ୟ ଅଭିଯୋଗ

କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଡାକ୍ତରଙ୍କ ଅବହେଳାରୁ ରୋଗୀର ମୃତୁ୍ୟ ଅଭିଯୋଗ

କେନ୍ଦ୍ରାପଡା, ୨୮/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପୁନର୍ବାର ଡାକ୍ତରଙ୍କ ଅବହେଳାରୁ ଜଣେ ରୋଗୀର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ଚାପା ଉତେଜନା ପ୍ରକାଶ ପାଇଥିଲା ଡାକ୍ତରଖାନାରେ । ଅଭିଯୋଗ ଅନୁଯାଇ ଡେରାବିଶି ବ୍ଲକ ଅନ୍ତର୍ଗତ ଅନୁଆପଡା ଗ୍ରାମର ସୁଲୋଚନା ରାଉତ ଗତ ସୋମବାର ନିଜର ଗୋଡ ମୋଡିହୋଇଯାଇଥିବା ଯୋଗୁଁ  ସେହି ଗୋଡକୁ ଦେଖାଇବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ । କିନ୍ତୁ ତାଙ୍କ ଚିକତ୍ିସାରେ ଡାକ୍ତରଙ୍କ ଅବହେଳା ଓ ଭୁଲ ଇେଞ୍ଜକସନ ଦେବା ଯୋଗୁଁ ସୁଲୋଚନାଙ୍କର ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି । ଦୀର୍ଘ ୧୨ଘଂଟା ପର୍ଯ୍ୟନ୍ତ ସୁଲୋଚନାଙ୍କୁ ଦେଖିବାକୁ କୈାଣସି ଡାକ୍ତର ଆସିନଥିବା ମଧ୍ୟ ଅଭିଯୋଗ ହୋଇଛି । ମୃତ ସୁଲୋଚନାଙ୍କ ଶବ ଘରକୁ ନେବାକୁ ମହାପ୍ରୟାଣ ଗାଡି ୧୬ଶହ ଟଙ୍କା ଦାବି କରିବାରେ ପରିବାର ଲୋକ ଓ ପରେ କାନ୍ଧରେ ଶବ ନେବାକୁ ବାଧ୍ୟ ହୋଇଥିଲେ । ଏଭଳି ଘଟଣାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏଭଳି ଘଟଣା ବାରମ୍ବାର ଘଟୁଥିଲେବି ପ୍ରଶାସନ ଏସମ୍ପର୍କରେ କୈାଣସି ପଦକ୍ଷେପ ନନେବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶା ସମାଚାର

About admin

Check Also

ମାତ୍ର ୮ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର ,୨୧/୦୫/୨୦୨୨( ଓଡ଼ିଶା ସମାଚାର )- ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *