ପାରାଦୀପ ୨୮/୦୧/୨୦୨୧(ଓଡ଼ିଶା ସମାଚାର)- ପବିତ୍ର ୨୬ଜାନୁଆରୀ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ କୋଭିଡ୍-୧୯ ଅନୁଶୀଳନ ପୂର୍ବକ ଦେଶରେ ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଇଫକୋ ପାରାଦ୍ୱୀପ ୟୁନିଟ୍ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ପ୍ରଶାସନିକ ଭବନ ପରିସରରେ ପାଳିତ ହୋଇଯାଇଛି । ଏଥିରେ ୟୁନିଟ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଧେଶକ କେ.ଜେ.ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିଥିଲେ । ସାାରା ବିଶ୍ୱରେ ସମବାୟ ସମିତି ମଧ୍ୟରେ ଇଫକୋ ଶ୍ରେଷ୍ଠ ୩ଶହ ସ୍ଥାନ ମଧ୍ୟରେ ସ୍ଥାନୀତ ଥିବା ନିଜ ଅଭିଭାଷଣରେ ସୂଚନା ଦେବା ସହିତ ଏଥିପାଇଁ ସମସ୍ତ କର୍ମଚାରୀ ମାନଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଜଣାଇ ଏହି ପ୍ରଚେଷ୍ଠାକୁ ପ୍ରଶଂସା କରିଥିଲେ । ତେବେ ଚଳିତ କୋଭିଡ୍-୧୯ ସଂକ୍ରମଣ ପ୍ରତିବନ୍ଧତା ସତ୍ୱେ ଇଫକୋ ତାର ଉତ୍ପାଦନ, ସାର ସ୍ଥାନାନ୍ତରଣ ଓ ଯୋଗାଣ, ପରିବେଶ ଓ ଶିଳ୍ପ ସୁରକ୍ଷା କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିବା ସହ ବିଭିନ୍ନ କ୍ଷେତ୍ରରେ ପୁରସ୍କାର ଲାଭ କରି କିର୍ତୀମାନ ସ୍ଥାପନ କରିଥିବା ଶ୍ରୀ ପଟେଲ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର