Thursday , March 23 2023
Home / ବିଶେଷ / ୨ୟ ଭଂଜ ଗୋଲକ ପ୍ରଧାନ ଙ୍କ ଜୟନ୍ତୀ

୨ୟ ଭଂଜ ଗୋଲକ ପ୍ରଧାନ ଙ୍କ ଜୟନ୍ତୀ

ଗରଦପୁର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)-  ଗରଦପୁରସ୍ଥିତ ମଧୁବାବୁ ପାଠାଗାରରେ ଓଡ଼ିଶା ରେ ୨ୟ ଭଂଜ ଭାବରେ ପରିଚିତ ଗୋଲକ ପ୍ରଧାନ ଙ୍କ ୧୨୫ ତମ ଜୟନ୍ତୀ ପାଳିତ ହୋଇ ଯାଇଛି ।  ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ନବଘନ ନାୟକ ସଭାପତିତ୍ୱ କରିଥିବାବେଳେ  ମୁଖ୍ୟ ଅତିଥି ଭାବେ  ପ୍ରାଧ୍ୟାପକ ନୀରୋଦ କୁମାର ଦାସ ଯୋଗଦେଇ କବିଙ୍କ ବିରଚିତ  ଇନ୍ଦୁରେଖା , ସତ୍ୟଭାମା କାବ୍ୟ ଉପରେ ବିଷଦ ଆଲୋଚନା କରିଥିଲେ ।  ପ୍ରାରମ୍ଭରେ ଉତ୍ସବରେ ଉପସ୍ଥିତ ଥିବା ସାହିତ୍ୟପ୍ରେମୀ ମାନେ କବିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ପଣ୍ଡିତ ସାରଦା ପ୍ରସାଦ ସତପଥି, ସମାଜସେବୀ ଅରୁଣ କୁମାର ପଣ୍ଡା,ପଣ୍ଡିତ କେଶବାନନ୍ଦ ଆଚାର୍ଯ୍ୟ ପ୍ରମୁଖ କବିଙ୍କ ସାହିତ୍ୟ କୃତୀ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଆଲୋଚକ ଶ୍ରୀ ଦାସ କବିଙ୍କ ଶ୍ରେଷ୍ଠ କାବ୍ୟ ଇନ୍ଦୁରେଖାର ଆଲୋଚନା ସହିତ ବିଭିନ୍ନ ରାଗ ରାଗିଣୀ ବିଶେଷକରି ପଂଚମ ବରାଦି , ଶୋକ କାମୋଦି , ଚିନ୍ତା ଦେଶାଖ୍ୟ , ଆଶାଢ଼ ଶୁକ୍ଳ,କାମୋନୀ ଓ ଚୋଖୀ ରାଗରେ ଛାନ୍ଦ ଗାୟନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.