ରଘୁନାଥପୁର ,୨୭/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅଂଚଳରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ଲକ୍ କାର୍ଯ୍ୟାଳୟ ପରିସରରେ ବିଧାୟକ ବିଜୟ ଶଙ୍କର ଦାସ ପତାକା ଉତୋଳନ କରିଥିବାବେଳେ ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ, ଏବିଡ଼ିଓ ଅଶୋକ କୁମାର ମହାନ୍ତି , ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନାସରିତା ବଳ,ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ, ଜିଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ, ତାରପୁର ସମିତି ସଭ୍ୟ ସରୋଜ କୁମାର ଦାଶ, ବିଦ୍ୟାଧରପୁର ସରପଂଚ ସୂର୍ଯନାରାୟଣ ନାୟକ,ପ୍ରଦୀପ୍ତ ମହାନ୍ତି ,ବିନୋଦ ମଲିକ ଙ୍କ ସମେତ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ସେହିପରି ଉତରକୂଳ କୃଷି ସମବାୟ ସମିତି ରେ ସମିତି ର ପୂର୍ବତନ ସଭାପତି ମନୋଜ କୁମାର ମହାନ୍ତି ପତାକା ଉତୋଳନ କରିଥିବାବେଳେ ସମ୍ପାଦକ ଅବିନାଶ ରାଉତ , ଡ଼ିଏ ରାଜେଶ କୁମାର ରାଉତ, ବାବାଜୀ ଚରଣ ଦାସ, ସୌରୀପ୍ରସାଦ ରାଉତ, ଅଜୟ ପରିଡ଼ା, କୃଷ୍ଣ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ମହମ୍ମଦପୁର ପଂଚାୟତରେ ସରପଂଚ ସରୋଜ କୁମାର ବେହେରା ପତାକା ଉତୋଳନ କରିଥିବାବେଳେ ସଭ୍ୟା ଶୋଭାମଂଜରୀ ବେହେରା,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର ବାରିକ, ଏସକେ ସୋଫିଆନ୍ , ଏସକେ ଜଲାଲ ଉଦ୍ଧିନ୍ ମହମ୍ମଦ , କିଶୋର କୁମାର ସାହୁ, ଚିତ ରଂଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ତାରପୁର ପଂଚାୟତରେ ସରପଂଚ ସରୋଜ କୁମାର ଦାଶ ପତାକା ଉତୋଳନ ସହିତ ୩୮ ଜଣ ନୂତନ ହିତାଧିକାରୀଙ୍କୁ ୪ ମାସର ୨ ହଜାର ଟଙ୍କା ଲେଖା ଭତା ପ୍ରଦାନ କରିଥିଲେ । ପଂଚାୟତର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଚିକିଣିଆ ପଂଚାୟତରେ ସରପଂଚ ଶର୍ମିଷ୍ଠା ସ୍ୱାଇଁ ପତାକା ଉତୋଳନ କରିଥିବାବେଳେ ମନୋଜ କୁମାର ଭୋଇ, ଅସ୍ମିୟ ଭେୟା , ଲକ୍ଷ୍ମଣ ସେଠୀ, ଶଙ୍କର ସ୍ୱାଇଁ, ଚତୁର୍ଭୁଜ ସ୍ୱାଇଁ, ଜିତେନ୍ଦ୍ର ସେଠୀ, ଅଜୟ ଭୋଇ, ରମାକାନ୍ତ ମୁଦୁଲୀ,ରବିନ୍ଦ୍ର ନାୟକ, ହେମନ୍ତ ବାରିକ ଙ୍କ ସମେତ ସମସ୍ତ ଅଙ୍ଗନୱାଡ଼ି କର୍ମୀ , ଆଶା ଓ ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ଗୋରଖନାଥ କୃଷକ ମହାସଂଘ ପରିସରରେ ଲାଲ ର ସମ୍ପାଦକ କ୍ଷେତ୍ର ମୋହନ ବେହେରା ପତାକା ଉତୋଳନ କରିଥିବାବେଳେ ସୁଧୀରଂଜନ ବାରିକ,ଅଶୋକ ବାରିକ,କୃଷ୍ଣଚନ୍ଦ୍ର ସ୍ୱାଇଁ, ବିଜୟ ପାତ୍ର, ଅବନୀ ବେହେରା, ବିନୋଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପୁରୁଣାବସନ୍ତ ପଂଚାୟତରେ ସରପଂଚ ଚନ୍ଦନା ମହାନ୍ତି , ଏରଡ଼ଙ୍ଗା ରେ ସରପଂଚ ଛବିତା ମହାନ୍ତି , ରଘୁନାଥପୁର ଆଇସିଡ଼ିଏସ ଅଫିସ ରେ ସିଡ଼ିପିଓ ଜ୍ୟୋତ୍ସ୍ନାରାଣୀ ମଲିକ, କୃଷି କାର୍ଯ୍ୟାଳୟରେ ରାଜଲକ୍ଷ୍ମୀ ସାହୁ , ରଘୁନାଥପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଡ଼ାକ୍ତର ସୁକାନ୍ତ କୁମାର ଦଳେଇ , ରଘୁନାଥପୁର ଥାନାରେ ଆଇଆଇସି ଲିଜାରାଣୀ ବିଶ୍ୱାଳ ପତାକା ଉତୋଳନ କରିଥିଲେ । ଓଡ଼ିଶା ସମାଚାର