ତାରପୁର, ୨୭/୦୧/୨୦୨୧(ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ମହମ୍ମଦପୁର ପଂଚାୟତ ବିଲହାଟ ଠାରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆକ୍ସିସ ଅପ୍ଟିକାଲ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଚକ୍ଷୁ ଚିକିତ୍ସା ଶିବିରକୁ ମ୍ୟାନେଜିଂ ଟ୍ରଷ୍ଟି ତଥା ଉପସଭାପତି ରୋଟାରିଆନ ସୁଶାନ୍ତ କୁମାର ମହାନ୍ତି , ଡ଼ାକ୍ତର ସ୍ୱାତୀ ମଲିକ , ସୁରେଶ ଚୌଧୁରୀ ପ୍ରମୁଖ ଉଦଘାଟନ କରିଥିବାବେଳେ ସ୍ଥାନୀୟ ଅଂଚଳର ୬୦ ଜଣ ଚକ୍ଷୁ ରୋଗୀ ଉପସ୍ଥିତ ହୋଇ ନିଜ ନିଜର ଚକ୍ଷୁ ପରୀକ୍ଷା କରିଥିଲେ । ସେମାନଙ୍କ ମଧ୍ୟରୁ ୮ ଜଣ ନିଜର ଚକ୍ଷୁ ମୋତିଆବିନ୍ଦୁ ଅପରେସନ୍ ପାଇଁ ବିଡ଼ାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଠାରେ ଗରୀବ ଶ୍ରେଣୀର ସମସ୍ତ ଚକ୍ଷୁ ରୋଗୀଙ୍କୁ ମାଗଣାରେ ମୋତିଆବିନ୍ଦୁ ଅପରେସନ୍ ସହିତ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସରପଂଚ ସରୋଜ କୁମାର ବେହେରା , ସମିତି ସଭ୍ୟା ଶୋଭା ମଂଜରୀ ବେହେରା , ପୂର୍ବତନ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ପ୍ରମୁଖ ସମସ୍ତ ପ୍ରକାର ସହଯୋଗ କରିଥିଲେ । ଓଡ଼ିଶା ସମାଚାର