ପାରାଦୀପ,୨୭/୦୧/୨୦୨୧(ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ପାରାଦୀପ ନିର୍ବାଚନ ମଣ୍ଡଳୀର ଆମ୍ବେରୀଠାରେ ଚାଲିଥିବା ପତିତପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ଖେଳ ଗଣତନ୍ତ୍ରଦିବସ ଅବସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ହରଚଣ୍ଡି କ୍ରିକେଟ୍ ଟିମ୍ ଜିଗନିପୁରକୁ ହରାଇ ଚ୍୍ମ୍ପିୟନ୍ ଟ୍ରଫି ହାସଲ କରିଥିଲା । ମୁଖ୍ୟ ଅତିଥି ପତିତପାବନ ମଠର ମଠାଧୀଶ ମହନ୍ତ ଗୋ÷ରାଙ୍ଗ ଚରଣ ଦାସ ବିଜୟୀ ଦଳକୁ ଚମ୍ପିୟନ୍ ଟ୍ରଫି ପ୍ରଦାନ କରିଥିଲେ । ଅମୀୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପୁରସ୍କାର ଉଦଯାପନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ରବିନ୍ଦ୍ର ନାଥ ଦାସ, ବିଭୁତି ଭୂଷଣ ମହାନ୍ତି, ବିକ୍ରମ ମହାନ୍ତି, ଗୋଲେଖ ବିହାରୀ ଓଝା, ପ୍ରଫୁଲ ଦାସ, ସରପଂଚ ଅଭୟ ସାହୁ, ଲଲାଟେନ୍ଦୁ ଦାସ, ବିଧୁଭୂଷଣ କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ । ରଞ୍ଜନ ରାଉତ, ସରୋଜ କାନ୍ତ ଦାସ, ବିଜୟ ସାହୁ ପ୍ରମୁଖ ପୁରୁଣା ଖେଳାଳୀ ଏହି ଅବସରରେ ପୁରୁଣା ଅନୁଭୁତି ବର୍ଣ୍ଣନା କରିଥିଲେ । ପ୍ରଦୀପ୍ତ ସାହାଣୀ, ସୁଜିତ ଦାସ, ସାଗର ଦାସ, ଅମରେଶ ମଲିକ, ଚନ୍ଦନ ଦାସ, କାଳିଆ ଦାସ, ରାଜା ସାହାଣୀ, ଶ୍ରୀତମ ଦାସ, ଅଶୋକ ସ୍ୱାଇଁ, ଶାନ୍ତନୁ କର, ଆକାଶ ମହାନ୍ତି, ସୂର୍ଯ୍ୟକାନ୍ତ ଦାସ, ଆଦିତ୍ୟ ମଲିକ, ପ୍ରିତମ ଦାସ ଓ ପିଂଟୁ ରାଉତ ପ୍ରମୁଖ ପିପିସିଏର ସମସ୍ତ ସଦସ୍ୟ ଏହି ଖେଳ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
