Sunday , April 2 2023
Breaking News
Home / ବିଶେଷ /  ତଳକୁସୁମା ହାଇସ୍କୁଲ ୧୯୮୪ ମସିହା ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ  ଉତ୍ସବ 

 ତଳକୁସୁମା ହାଇସ୍କୁଲ ୧୯୮୪ ମସିହା ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ  ଉତ୍ସବ 

ଗରଦପୁର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)-  ତଳକୁସୁମା ହାଇସ୍କୁଲ ୧୯୮୪ ମସିହା ମାଟ୍ରିକ୍ ବ୍ୟାଚ ର ବନ୍ଧୁ ମିଳନ  ଉତ୍ସବ ଗାୟତ୍ରୀ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । ଉତ୍ସବ ଆରମ୍ଭରେ ଗୁରୁଜି ସ୍ୱର୍ଗତ ସୁଧାକର ନାୟକ , ନୀରଂଜନ ମିଶ୍ର ଓ ନୃସିଂହ ସାହୁ ଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା । ମନୋଜ କୁମାର କବି ଓ ଅଜିତ କୁମାର ପ୍ରଧାନ ଙ୍କ ତତ୍ୱାବଧାନରେ ଆୟୋଜିତ ବନ୍ଧୁ ମିଳନ ଉତ୍ସବରେ ଗୀତାରାଣୀ ସାହୁ, ମହେନ୍ଦ୍ର ନାଥ , ଅମରେନ୍ଦ୍ର ବେହେରା,ଅରୂପ ଜେନା,ରବିନ୍ଦ୍ରନାଥ ଜେନା,ପ୍ରକାଶ ସ୍ୱାଇଁ , ଅନଦା ମହାନ୍ତି ,  ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଅନଙ୍ଗ ପ୍ରଧାନ ,  ହୃଷିକେଶ ନାୟକ ଓ ପ୍ରଶାନ୍ତ ଦ୍ୱିବେଦୀ ପ୍ରମୁଖ ଉପସ୍ଥିତ ଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.