ସାଲେପୁର,୨୭/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା): ଜାତୀୟ ପତ୍ତାକା କୁ ଅସମ୍ମାନ କରି ଅଡୁଆରେ ସ୍କୁଲ ପ୍ରଧାନ ଶିକ୍ଷକ ଓ ଶିକ୍ଷକ। ଗତକାଲି ଠାରୁ ଆଜି ସକାଳ ୧୦ ଟା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉଡୁଥିଲା ପତ୍ତାକା । ସକାଳୁ ସକାଳୁ ଗ୍ରାମବସୀ ମାନେ ଏଭଳି ଅଭାବନୀୟ ଦୃଶ୍ୟ ଦେଖି ସ୍ଥାନୀୟ ପୋଲିସ କୁ ଖବର ଦେବାପରେ ପୋଲିସ କର୍ମଚାରୀ ଆସି ଅବତରଣ କଲେ ଜାତୀୟ ପତ୍ତାକା । ସକାଳୁ ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା କଟକ ଜିଲ୍ଲା ସାଲେପୁର ଲେଖନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟରେ । ଘଟଣା କୁ ନେଇ ନିନ୍ଦା କଲେ ଗ୍ରାମବାସୀ। ଦାୟିତ୍ବହୀନତା ପାଇଁ ସାଧାରଣରେ କଡା କାର୍ୟ୍ୟାନୁଷ୍ଠାନ ଦାବି କରାଯାଇଛି । ସେପଟେ ବ୍ଲକ ଉପାଧ୍ୟକ୍ଷ ଓ ଏବିଓ ବିହିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର