Saturday , April 1 2023
Breaking News
Home / କ୍ରୀଡ଼ା / ଗ୍ରାମାଂଚଳ କ୍ରିକେଟ୍ : ଅଟାବୁହା ଚମ୍ପିଆନ୍ 

ଗ୍ରାମାଂଚଳ କ୍ରିକେଟ୍ : ଅଟାବୁହା ଚମ୍ପିଆନ୍ 

ଗରଦପୁର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)-  ଗରଦପୁର ବ୍ଲକ୍ ଅନ୍ତର୍ଗତ ତଳକୁସୁମା ପଂଚାୟତସ୍ଥିତ ତେନ୍ତୋଳ ଠାରେ ଗ୍ରାମାଂଚଳ କ୍ରିକେଟ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଟାବୁହା କି୍ରକେଟ ଟିମ ବିଜୟୀ ହୋଇ ଚମ୍ପିଆନ ଟ୍ରଫି ହାସଲ କରିଥିଲା । ପ୍ରଥମେ ଟସ ଜିତି ଅଟାବୁହା ଟିମ ନିର୍ଦ୍ଧାରିତ  ୧୫ ଓଭର ଖେଳି ୫ ଉଇକେଟ ବିନିମୟରେ ୧୧୨ ରନ୍ ସଂଗ୍ରହ କରିଥିଲା ।  ଏହାର ଜବାବରେ ଲଙ୍କାପଡ଼ା କ୍ରିକେଟ ଟିମ ୧୪ ଓଭର ରେ ସମସ୍ତ ଉଇକେଟ ହରାଇ ମାତ୍ର ୭୫ ରନ୍ ସଂଗ୍ରହ କରି ପରାସ୍ତ ହୋଇଥିଲା । ଆୟୋଜିତ ପୁରସ୍କାର ବିତରଣି ଉତ୍ସବରେ ଅରୁଣ କୁମାର ମହାନ୍ତି ଓ ଗୋଲକ ଚନ୍ଦ୍ର ସେଠୀ ଅତିଥି ରୂପେ ଯୋଗଦେଇ ବିଜୟୀ ଅଟାବୁହା ଟିମ କୁ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଲଙ୍କାପଡ଼ା ଟିମ କୁ ରନର୍ସ କପ୍ ପ୍ରଦାନ କରାଯାଇଥିଲା । ଅନୁଲ କୁମାର ଦାସ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲାବେଳେ ଅଟାବୁହା ଟିମ ର ମ୍ୟାନେଜର ମନୋଜ କୁମାର ବେହେରା , କ୍ୟାପଟେନ୍ ବିଚିତ୍ର ସେଠୀ ଓ ଭାଇସ କ୍ୟାପଟେନ୍ ବିଶ୍ୱଜିତ ଦାସ ଖେଳ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

Leave a Reply

Your email address will not be published.