ଗରଦପୁର, ୨୭/୦୧/୨୦୨୧ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି । ବ୍ଲକ୍ ରେ ବିଡ଼ିଓ ରଂଜିତ କୁମାର ମଲିକ୍ ଜାତୀୟ ପତାକା ଉତୋଳନ କରିଥଲାବେଳେ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ର ଦିବସର ଗାରିମା ଆମେ ସମସ୍ତେ ଅତୁଟ ରଖିବା ଉଚିତ ବୋଲି କହିଥିଲେ । ବ୍ଲକ୍ ବିଡ଼ିଓ ଙ୍କ ପ୍ରକୋଷ୍ଠ ରେ ଆୟୋଜିତ ଉତ୍ସବରେ ବ୍ଲକ୍ ର କର୍ମଚାରୀମାନେ ଉପସ୍ଥିତ ରହି ସାଧାରଣଚନ୍ତ୍ର ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଗରଦପୁର ତହସିଲ ରେ ତହସିଲଦାର ଧରଣୀଧର ବେହେରା ଓ ଗରଦପୁରସ୍ଥିତ ମଧୁବାବୁ ପାଠାଗାର ରେ ନରୋତମ ପରିଡ଼ା ଜାତୀୟ ପତାକା ଉତୋଳନ କରିଥିବାବେଳେ ସେଠାରେ ଓପଲଫେଡ଼ ଡ଼ାଇରେକ୍ଟର ଘନଶ୍ୟମ କାପ , ସମାଜସେବୀ ଅରୁଣ କୁମାର ପଣ୍ଡା ଓ ଯୋଗଗୁରୁ ଦେବ କୁମାର ପାଣି ଉପସ୍ଥିତ ଥିଲେ । ପାଟକୁରା ଥାନାରେ ଆଇଆଇସି ସୁଜିତ କୁମାର ପ୍ରଧାନ ଓ ପାଟକୁରା ମେଡ଼ିକାଲ ରେ ଡ଼କ୍ଟର ହିମାଂଶୁ ଭୁଷଣ ସଢ଼ଙ୍ଗୀ ଜାତୀୟ ପତାକା ଉତୋଳନ କରିଥିଲେ । ସେହିପରି କୋରୁଆସ୍ଥିତ ଲୋକନାଥ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଦୀପ୍ତ ପ୍ରଧାନ ଜାତୀୟ ପତାକା ଉତୋଳନ କରିଥିଲେ ଓ ଆୟୋଜିତ ଉତ୍ସବରେ ଅଧ୍ୟାପକ କ୍ଷୀରୋଦ ପ୍ରସାଦ ନାୟକ , ଡ଼ ବିଚିତ୍ରା ମଂଜାର ତ୍ରିପାଠୀ ସାଧାରଣତନ୍ତ୍ର ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହିତ ବ୍ଲକ୍ ର ୧୮ ଗୋଟି ପଂଚାୟତ ଯଥାକ୍ରମେ ପଦ୍ମପୁର ରେ ସରପଂଚ ସ୍ୱର୍ଣ୍ଣଲତା ରାଉତ, ବେଡ଼ାରୀ ରେ ସରପଂଚ ଗୋକୁଳାନନ୍ଦ ବେହେରା, କଳାବୁଦାରେ ସରପଂଚ ପ୍ରକାଶ ଚନ୍ଦ୍ର ସାହୁ , ତେଣ୍ଡାକୁଡ଼ାରେ ସରପଂଚ ମଳୟାବାସିନୀ ମହାନ୍ତି , ବନ୍ତଳାରେ ସରପଂଚ ନିଳୀମା ସାମଲ, ତଳକୁସୁମା ରେ ସରପଂଚ ମମତା ନାୟକ, ପାଖଡ଼ ରେ ସରପଂଚ ଗୌରାଙ୍ଗ ଚରଣ ପରିଡ଼ା, ବଙ୍ଗାଳପୁର ରେ ସରପଂଚ ରେଣୁକା ସାମଲ, ଭଗବାନପୁର ରେ ସରପଂଚ ସୁବାସିନୀ ସାହୁ, ସାନ ଅଢ଼ଙ୍ଗା ରେ ସରପଂଚ ସ୍ୱର୍ଣ୍ଣପ୍ରଭା ନାୟକ, ପଳସୁଧାରେ ସରପଂଚ ଅନୁଜ କୁମାର ମହାନ୍ତି , ଗରଦପୁର ରେ ସରପଂଚ ସୁକାନ୍ତୀ ମୁଦୁଲୀ , ନଡ଼ିଆବରୋଇ ରେ ସରପଂଚ ଦିପିକା ପ୍ରିୟଦର୍ଶିନୀ , ପାଟକୁରା ରେ ସରପଂଚ ସୂର୍ଯ୍ୟମଣି ସେଠୀ , ବଡ଼ବେତ୍ରାରେ ସରପଂଚ ଦିଲିପ କୁମାର ନାୟକ, ରାମଚନ୍ଦ୍ରପୁର ରେ ସରପଂଚ ସରୋଜିନୀ ସେଠୀ , ମଧୁ ଶାସନ ରେ ସରପଂଚ ଅରୁଣ କୁମାର ନାୟକ ଓ ତିକନପୁର ରେ ସରପଂଚ ଆରତୀ ମଲିକ୍ ଜାତୀୟ ପତାକା ଉତୋଳନ କରିଥିଲେ । ସମସ୍ତ ପଂଚାୟତରେ ଆୟୋଜିତ କାର୍ଯ୍ୟକ୍ରମରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସର୍ବଶ୍ରୀ କୈଳାଶ ଚନ୍ଦ୍ର ବେହେରା, ସୂର୍ଯ୍ୟମଣି ଟୁଡ଼ୁ, ସରୋଜକାନ୍ତ ସାମଲ, ସରୋଜିନୀ ହେମ୍ବ୍ରମ, କାଶରାୟୀ ମାଝୀ, ସସ୍ମିତା ମଲିକ, ମନୋରଂଜନ ବେହେରା, ଚୈତନ୍ୟପ୍ରସାଦ ବିଶ୍ୱାଳ, ଜସ୍ମିନ ସୋରେନ୍ ଓ ବୈଜୟନ୍ତୀ ବେହେରା ପ୍ରମୁଖ ସାମିଲ ହୋଇଥିଲେ । ସେହିପରି ପଦ୍ମପୁର ପଂଚାୟତସ୍ଥିତ ମହମୁଦା ଗ୍ରାମ କାଳିଆଘାଇ ନଟବର ହାଇସ୍କୁଲ ରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ପରିଚାଳନା କମିଟି ସଭାପତି ଅନାଦି ଚରଣ ମହାନ୍ତି ଅତିଥି ରୂପେ ଯୋଗଦେଇ ପତାକା ଉତୋଳନ କରିଥିବାବେଳେ ପ୍ରଧାନ ଶିକ୍ଷକ ଦୂର୍ଗା ଚରଣ ପାଲ ଓ ସମସ୍ତ ଶିକ୍ଷକ , କର୍ମଚାରୀମାନେ ଉପସ୍ଥିତ ଥିଲେ । ପାଟକୁରା ନୋଡ଼ାଲ ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ମଳୟ କୁମାର ପାଣି, ନଇନ୍ଦିପୁର ହାଇସ୍କୁଲ ରେ ନୃସିଂହ ଚରଣ ମଲିକ , କଳାବୁଦା ହାଇସ୍କୁଲ ରେ ପ୍ରଧାନ ଶିକ୍ଷକ ଗୋପବନ୍ଧୁ ମିଶ୍ର ଓ ପାଖଡ଼ସ୍ଥିତ ଦିବ୍ୟଜ୍ୟୋତି ପାଠାଗାରରେ ପ୍ରକୃତିବନ୍ଧୁ ଦ୍ୱାରିକାନାଥ ସେନାପତି ଜାତୀୟ ପତାକା ଉତୋଳନ କରିଥିଲେ । ଅଧିକନ୍ତୁ ନଡ଼ିଆବରାଇସ୍ଥିତ ଶିଶୁ ମନ୍ଦିରରେ ଲେଖକ ଭୁବନ ମୋହନ ଜେନା ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରି ପିଲାମାନଙ୍କୁ ଉଦବୋଧନ ଦେଇଥିଲେ । ଓଡ଼ିଶା ସମାଚାର