Monday , March 27 2023
Breaking News
Home / ବିଶେଷ / ସାଲେପୁର ଓ ନିଶ୍ଚିନ୍ତକୋଇଲି ରେ ସାଧାରଣତନ୍ତ୍ର ଦିବସ ପାଳିତ

ସାଲେପୁର ଓ ନିଶ୍ଚିନ୍ତକୋଇଲି ରେ ସାଧାରଣତନ୍ତ୍ର ଦିବସ ପାଳିତ

ସାଲେପୁର/ନିଶ୍ଚିନ୍ତକୋଇଲି/୨୬/୦୧/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା):ସାଲେପୁର ସଦର ମହକୁମା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସାଲେପୁର ହାଇସ୍କୁଲ ଖେଳପଡିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ବେହେରା ମୁଖ୍ୟ ଅତିଥିଭାବ ରେ ଯୋଗଦେଇ ଜାତୀୟ ପତକା ଉତୋଳନ କରିବା ସହିତ ଦେଶ ଓ ଜାତି ପାଇଁ ଉତ୍ସର୍ଗିକୃତ ମନୋଭାବ ନେଇ କାର୍ୟ୍ୟ କରିବାକୁ ଉପସ୍ଥିତ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ।ଏଥିରେ ସାଲେପୁର ତହସିଲଦାର ଓ ବିଡ଼ିଓ ଙ୍କ ସମେତ ଏସଡ଼ିପିଓ ଓ ସାଲେପୁର ଥାନା ର ଭାରାପ୍ରାପ୍ତ ଅଧିକାରୀ ଉପସ୍ଥିତ ଥିଲେ।କରୋନା ସମୟରେ କାର୍ୟ୍ୟ କରିଥିବା ସାଲେପୁର ବ୍ଲକ କର୍ମଚାରୀ,ତହସିଲ କର୍ମଚାରୀ ଓ ସାଲେପୁର ଥାନା ଭାରପ୍ରାପ୍ତ ଅଧିକାରୀ ବିଜୟ କୁମାର ବିଶି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ନିଶ୍ଚିନ୍ତକୋଇଲି ବ୍ଲକ ରେ ବ୍ଲକ୍ ଅଧ୍ୟକ୍ଷା ସବିତା ଓଝା ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଡିଓ କର୍ଣ୍ଣଦେବ ସମାଦାର, ଯୁବ ନେତା ଅଶୋକ ଓଝା, ସହକାରୀ ଯନ୍ତ୍ରୀ ଅଶୋକ ଚନ୍ଦ୍ର ନାୟକ ତଥା ବ୍ଲକ୍ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

Leave a Reply

Your email address will not be published.