Thursday , March 23 2023
Home / ବିଶେଷ / ସରସ୍ୱତୀ କଳା ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

ସରସ୍ୱତୀ କଳା ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୦୧/୨୦୨୧ (ଓଡ଼ିଶା ସମାଚାର)- କଳା,ସାହିତ୍ୟ,ସଂସ୍କୃତିର ଜୟଗାନ କରୁଥିବା କଟକ ଜିଲ୍ଲା କନ୍ଦରପୁର ଉପକଣ୍ଠ କଳାବିହାର ସ୍ଥିତ ଅଗ୍ରଣୀ ସାମାଜିକ ସଂଗଠନ “ସରସ୍ବତୀ କଳା ପରିଷଦ” ପକ୍ଷରୁ ପବିତ୍ର ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ପ୍ରଭାତରେ ପତାକା ଉତ୍ତୋଳନ କରାଯାଇ କର୍ମକର୍ତ୍ତା ଵର୍ଗ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ସଭାପତି ପ୍ରତିଭା ଶତପଥୀ,ସଂଯୋଜକ ଚକ୍ରବର୍ତ୍ତୀ ଓତା,ପ୍ରାଧ୍ୟାପକ ପ୍ରଫୁଲ୍ଲ ଦାସ,ଗୁରୁ ମହାଦେବ ମହାରଣା,ଦୈତାରି ପ୍ରଧାନ, ଅଭିରାମ ସାହୁ, ଦୀପକ ସାହୁ, ସଂଧ୍ୟାରଣୀ ଦାସ, ମହେଶ୍ୱର ବେହେରା, ହେମନ୍ତ ପ୍ରଧାନ, ଇଂ.ଅମୀୟ ପଟ୍ଟନାୟକ, ପପୀନା ବେହେରା, ଅର୍ପିତା ରାଉତ, ସ୍ୱୀକୃତି ପଟ୍ଟନାୟକ, ସୋନାଲି ପଟ୍ଟନାୟକ ପ୍ରମୁଖ ଉପସ୍ଥିତରହି ମହାପୁରୁଷଙ୍କ ସ୍ମୃତି ଚାରଣ କରିବାସହ ସାଧାରଣତନ୍ତ୍ର ଦିବସର ବାସ୍ତବତା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.