Monday , March 20 2023
Breaking News
Home / ବିଶେଷ / ମାହାଙ୍ଗାର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ

ମାହାଙ୍ଗାର ବିଭିନ୍ନ ସ୍ଥାନରେ ୭୨ ତମ ସାଧାରଣତନ୍ତ୍ର ଦିବସ

ମାହାଙ୍ଗା ୨୬/୦୧/୨୦୨୧(ଓଡ଼ିଶା ସମାଚାର/ଅଭୟ ଜେନା)- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ୭୨ ତମ ଜନରାଜ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ବ୍ଲକ ସଦର ମହକୁମା କୁଆଁପାଳ ଠାରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଆଡିସିନାଲ ତହସିଲଦାର ଦିଲୀପ ନାୟକ, ଭାଇସ ଚେୟାରମ୍ୟାନ ରସିଦା ବେଗମ, ବିଇଓ ଚକ୍ରଧର ବେହେରା, ସିଡିପିଓ ପ୍ରମୋଦିନି ଦାଶ, ଜିଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ କରୋନା ମୁକାବିଲାରେ ଉଲ୍ଲେଖନୀୟ କାର୍ୟ୍ୟ କରିଥିବା ଡାକ୍ତର, ନର୍ସ, ଅଙ୍ଗନବାଡି କର୍ମୀ, ଶିକ୍ଷକ, ଆଶା ଦିଦି,ଓ ସାମାଜିକ କର୍ମୀଙ୍କୁ “କରୋନା ଯୋଦ୍ଧା” ସମ୍ମାନ ପ୍ରଦାନ କରିଥିଲେ ।

ସେହିପରି ମାହାଙ୍ଗା ପ୍ରେସକ୍ଲବ ପକ୍ଷରୁ ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ କ୍ଲବର ସଭାପତି ସାମ୍ବାଦିକ ଅଖିଳେଶ ମହାନ୍ତି ପତାକା ଉତ୍ତୋଳନକରି ଦେଶର ଏକତା, ଅଖଣ୍ଡତା ଏବଂ ସାର୍ବଭୌମ୍ୟତା ବଜାୟ ରଖିବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ଦ୍ରିସଟି ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ତଥା ପ୍ରେସକ୍ଲବ ସାଧାରଣ ସଂପାଦକ ବିଜୟ ଜେନା, ବ୍ଲକ ଚେୟାରମ୍ୟାନ ଶରତ ନାୟକ, ଯୁବବିଜେଡି ସଭାପତି ଶରତ ମହାପାତ୍ର, ସାମ୍ବାଦିକ ଶଶୀ ଭୂଷଣ ଷଢଙ୍ଗୀ, ଜିଲ୍ଲାପରିଷଦ ସଭ୍ୟ ହୃଷିକେଶ ସ୍ୱାଇଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଏହି ଉତ୍ସବରେ ସାମ୍ବାଦିକ ରଶ୍ମି ରଞ୍ଜନ ମହାନ୍ତି, ସୁରେଶ ବଳ,ଅଶୋକ ପ୍ରହରାଜ, ତୁଷାର ଜ୍ୟୋତି ନାୟକ, ହରିହର ସାହୁ, ମହେଶ୍ୱର ବେହେରା, ଦିବାକର ରାଉତ,ରଞ୍ଜନ ବାରିକ, ସଂଯୁକ୍ତା ସାହୁ,ଭାଗବତ ମହାରଣା, ଅକ୍ଷୟ ଗୋଛାୟତ,ଅରୁଣ ଲେଙ୍କା, ପ୍ରମୁଖ ଯୋଗଦେଇ ଜାତୀୟ ସଂଗୀତ ଗାନ କରିଥିଲେ ା ମାହାଙ୍ଗା ଥାନାରେ ଆଇଆଇସି ରଞ୍ଜନ ପ୍ରଧାନ, ତହସିଲଦାର କାର୍ୟ୍ୟାଳୟରେ ତହସିଲଦାର ମଧୁସୂଦନ ନାୟକ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ଚକ୍ରଧର ବେହେରା, ପ୍ରମୁଖ ପତାକା ଉତ୍ତୋଳନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.