ନିଶ୍ଚିନ୍ତକୋଇଲି, ୨୬/୦୧/୨୦୨୧ (ଓଡିଶା ସମାଚାର/ଅଭୟ ଜେନା):ମହାନଦୀ ଚିତ୍ରୋତ୍ପଳା ଦ୍ବୀପାଞ୍ଚଳ ର କଳମିଶ୍ରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦାମୋଦରପୁର ଗ୍ରାମର ଅଧିଷ୍ଟାତ୍ରି ଦେବୀ ମା ଜାଗୁଲେଇ ଙ୍କ ଦ୍ୱିତିୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଅଛି।ପ୍ରତଃ ରୁ ଚିତ୍ରୋତ୍ପଳା ନଦୀକୁ କଳସ ଶୋଭାଯାତ୍ରା କରାଯାଇଥିଲା ।କଳସୀ ରେ ପାଣି ଅଣାଯାଇ ଯଥାବିଧି ଅନୁଯାଇ ପୂଜାର୍ଚ୍ଚନା କରାଯାଇଥିଲା।କରୋନା କଟକଣା ମଧ୍ୟରେ କମ ସଂଖ୍ୟକ ପୂଜକଙ୍କୁ ନେଇ ଅନୁଷ୍ଠିତ ହେଉଛି।ମଧ୍ୟାହ୍ନ ରୁ ଆନନ୍ଦବଜ଼ାର ଚାଲିଥିବା ଜଣାପଡିଛି।ପ୍ରତିଷ୍ଠା ଦିବସ ର ପୂର୍ଣାହୁତି ସନ୍ଧ୍ୟା ରେ ହେବ ବୋଲି କମିଟିର କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି। ଓଡିଶା ସମାଚାର