ବଲାଙ୍ଗୀର, ୨୬/୦୧/୨୦୨୧(ଓଡ଼ିଶା ସମାଚାର)- ବଲାଙ୍ଗୀର ଜେଲ୍ ରେ ଜଣେ ବିଚାରାଧୀନ କଏଦୀଙ୍କର ମୃତ୍ୟୁ ହୋଇଛି । ମୃତ କଏଦୀଙ୍କ ନାମ ଗଣେଷ ନାଗ ବୋଲି ଜଣାପଡିଛି । ଏକ ହତ୍ୟା ମାମଲାରେ ସେ ଗିରଫ ହୋଇ ବଲାଙ୍ଗୀର ଜେଲ୍ରେ ରହିଥିଲେ ।
ଉିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସଦର ଥାନା ବାରପୁଗୁଡିଆରେ ଗାଁର ଗଣେଷ ନାଗ ୨୦୧୮ମସିହାରେ ନିଜ ସ୍ତ୍ରୀ ଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଓଡ଼ିଶା ସମାଚାର