କଟକ, ୨୬/୦୧/୨୦୨୧(ଓଡ଼ିଶା ସମାଚାର/ ଦେବାଶିଷ ରଥ)- ମହାନଦୀବିହାର ନେତାଜୀ ଶିଶୁ ଉଦ୍ୟାନ ପରିସରରେ ପୂର୍ବାଞ୍ଚଳ ଆଇନିଜୀବୀ ସଂଘ ପକ୍ଷରୁ ୭୨ତମ ସାଧାରଣତନ୍ତ୍ର ଦିବସ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି. । ଏହି ଉପଲକ୍ଷେ ଆୟୋଜିତ ଏକ ସମାବେଶରେ ସଂଘ ର ସଭାପତି ଡ଼ଃ. ଟହଲି ଚରଣ ମହାନ୍ତି ଅଧ୍ୟକ୍ଷତା କରି ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ବସନ୍ତ କୁମାର ଦାସ, ଗୁରୁ ପ୍ରସାଦ ପଣ୍ଡା, ତାରାନନ୍ଦ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଜେନା, ଗୌରାଙ୍ଗ ଚରଣ ଭୂୟାଁ, ଲଳିତ କୁମାର ରାଉତ, ସୁଜିତ କୁମାର ବିଶ୍ୱାଳ, ହେମନ୍ତ କୁମାର ଜେନା, ବ୍ରଜ ମୋହନ ଷଡଙ୍ଗୀ, ଦିଲ୍ଲୀପ କୁମାର ମହାପାତ୍ର, ସୋମନାଥ ମହାନ୍ତି, ପଵିତ୍ର ନାୟକ, ଅମ୍ବିକା ରାୟ, ସୌରଭ ସାମଲ, ସୁବାଷ ମହାନ୍ତି, ଅର୍ଯ୍ୟ ଦାଶ, ଆକାଶ ଭୂୟାଁ, ଆଲୋକ ନନ୍ଦ, ସତ୍ୟ ମହାନ୍ତି, ଦେବାଶିଷ ରଥ, ସଂଜୀବ ପଟନାୟକ ପ୍ରମୁଖ ଯୋଗଦାନ କରି ସାଧାରଣତନ୍ତ୍ର ଦିବସ ର ତାତ୍ପର୍ୟ୍ୟ ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ଗଣତନ୍ତ୍ରର ସୁରକ୍ଷା ପାଇଁ ଶପଥ ନେଇଥିଲେ । ସଂଘର ସାଧାରଣ ସମ୍ପାଦକ ମନୋଜ କୁମାର ଦାସ ସଭା ପରିଚାଳନା କରିଥିଲେ । ଓଡ଼ିଶା ସମାଚାର