Saturday , April 1 2023
Breaking News
Home / ବିଶେଷ / ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

ଜଗତସିଂହପୁର, ୨୬/୦୧/୨୦୨୧(ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ ଠାରେ ୭୨ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ମହାସମାରୋହରେ ପାଳିତ ହୋଇ ଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲ୍ାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ସାଧାରଣତନ୍ତ୍ର ଦିବସ ଅବସରରେ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରି କହିଲେ ୭୧ବର୍ଷ ପୂର୍ବେ ଆଜିକାର ଦିନରେ ୧୯୫୦ ମସିହାରେ ସମ୍ବିଧାନକୁ ସମ୍ମାନ ଜଣାଇ ଜାନୁୟାରୀ ୨୬କୁ ଗଣତନ୍ତ୍ର ଦିବସ ରୁପେ ଆମେ ପାଳନ କରି ଆସୁଛେ । ଧର୍ମ,ବର୍ଣ୍ଣ ,ଜାତି,ଗୋଷ୍ଠୀ ନିର୍ବିଶେଷରେ ସମସ୍ତେ ଆଜିର ଦିନକୁ ଉତ୍ସବମୁଖର ଭାବେ ପାଳନ କରିଥାନ୍ତି । ମହାମାରୀ କୋଭିଡ୍-୧୯ ପରିପ୍ରେକ୍ଷୀରେ ଏ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ଆମର ସମ୍ବିଧାନ ପ୍ରଣିତା ସଭା ୧୯୪୯ ମସିହା ଜାନୁୟାରୀ ୨୬ ତାରିଖ ଦିନ ସମ୍ବିଧାନକୁ ଗ୍ରହଣ କରିଥିଲା ଏବଂ ଏହାର ଏକ ବର୍ଷ ପରେ ୧୯୫୦ ଜାନୁୟାରୀ ୨୬ ତାରିଖରେ ଭାରତ ଏକ ସାର୍ବଭୈମ,ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ଘୋଷିତ ହେଲା । ମୋର ମନେପଡେ ସେହି କରାଳ କରୋନା ମହାମାରୀ ଦିନ ଯେତେବେଳେ ଆମେ ସମସ୍ତେ ଭୀତତ୍ରସ୍ତ, ଏ ମଣିଷ ଜାତି ସନ୍ଦିହାନ,ନିଜର ଅସ୍ତିତ୍ୱକୁ ନେଇ ଦ୍ୱିଧା ଓ ଦ୍ୱନ୍ଦରେ, ସେତେବେଳେ ନିଜ ଜୀବନକୁ ଉସôର୍ଗ କରି ଆମ ଜିଲ୍ଲାର ପୁଲିସ,ପରିମଳ କର୍ମଚାରୀ, ସ୍ୱାସ୍ଥ୍ୟକମୀ ,ପରିବହନ କର୍ମଚାରୀ,ପ୍ରଶାସନିକ ଅଧିକାରୀ ଦିନରାତି ଏକାକାର କରି ଲୋକମାନଙ୍କର ସେବାରେ ଲାଗିଥିଲେ । ଆଜି ସେ କରାଳ ପରିସ୍ଥିତିର ଉପଶମ ଘଟିଛି । ଏହା ସମ୍ଭବ ହୋଇ ପାରିଛି । ଜନସାଧାରଣଙ୍କ ସଂପୂର୍ଣ୍ଣ ସହେଯାଗ ପାଇଁ । ମୁଁ ସେମାନଙ୍କୁ ସାଧୁବାଦ ଜଣାଉଛି । ଆମ ଜିଲ୍ଲା ଅଦ୍ୱିତୀୟ,ସଂସ୍କୃତି ସଂପନ୍ନ,ପ୍ରାକୃତିକ ବିପର୍ଯ୍ୟୟକୁ ସମ୍ମୁଖୀନ ହୋଇ ସଗର୍ବେ ମୁଣ୍ଢ ଟେକିଥିବା ଦୁଃସାହସିକ ଜନସାଧାରଣ,ଆଧ୍ୟାତ୍ମିକ ଚେତନାରେ ଉଦଭାସିତ,ସାଗର ତରଙ୍ଗରେ ଉତଫୁଲିତ,ଶସ୍ୟଶାମଳା ସବୁଜିମା ମଣ୍ଡିତ,ପୁଣି ନଭଶ୍ଚୁମ୍ବୀ ଶିଳ୍ପଚୂଲୀର ସଦର୍ପ ସମ୍ଭାଷଣ । ଏ ଜିଲ୍ଲାର ଔରସରୁ ଜନ୍ମନେଇଛନ୍ତି ଓଡିଆ ଜାତିର ମହାନ୍ ବରପୁତ୍ର ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୈାଧୁରୀ,ନବକୃଷ୍ଣ ଚୌଧୁରୀ,ଭାଗିରଥୀ ମହାପାତ୍ର,ପ୍ରାଣକୃଷ୍ଣ ପଢିହାରୀ,ପୁଣି ସଂଗ୍ରାମରେ ଝାସ ଦେଇଛନ୍ତି ଏ ଜିଲ୍ଲାର କୁଳବଧୂ ରମାଦେବୀ,ମାଳତୀ ଚୌଧୁରୀ,ସରଳା ଦେବୀ । ସେମାନଙ୍କର ତ୍ୟାଗ ଓ ବଳିଦାନରେ ଗର୍ବିତ ଏ ଜିଲ୍ଲା ସ୍ପର୍ଦ୍ଧିତ ଏ ମାଟିର ଇତିହାସ । ଆଜିର ଗଣତନ୍ତ୍ର ଦିବସରେ ସେମାନଙ୍କୁ ସ୍ମରଣ କରି ତାଙ୍କ ଜୀବନାଦର୍ଶରେ ଆଗେଇବାର ଶପଥ ନେବା ସେମାନଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଂଜଳୀ ହେବ । ଆମ ଜିଲ୍ଲାର ଉନ୍ନତି ସମସ୍ତଙ୍କର ସଂକଳ୍ପ ହେବା ଆବଶ୍ୟକ । ବିଗତ କିଛି ବର୍ଷ ଭିତରେ ଆମେ ଅନେକ କିର୍ତୀମାନ ସ୍ଥାପନ କରିବା ସହ ତାକୁ ଫଳପ୍ରଦ କରିବା ପାଇଁ ଶତତ ଚେଷ୍ଟିତ ଅଛୁ । ଗମନାଗମନର ବିକାଶ ପାଇଁ ଅବହେଳିତ ଅଂଚଳକୁ ଜିଲ୍ଲାର ସଦର ମହକୁମାକୁ ଯୋଡିବାକୁ ଚେଷ୍ଟା କରିଛୁ । ବିଲୁଆଖାଇ ନଦୀରେ ସୁଉଚ୍ଚ ସେତୁ ସ୍ଥାପନ,ମହାନଦୀର ତିର୍ତୋଲ ଓ ଜଇପୁର ଠାରେ ୨ଟି ସୁଉଚ୍ଚ ସେତୁର ପରିକଳ୍ପନା ସହ କାର୍ଯ୍ୟାରମ୍ଭ,ଜିଲ୍ଲା ସଦର ମହକୁମାରେ ୧୦୦ ଶଯ୍ୟା ବିଶିଷ୍ଟ ଏମ୍.ସିଏଚ୍,୧୦ ଶଯ୍ୟା ବିଶିଷ୍ଟ ଆଇ.ସି.ୟୁକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ନୂତନ ଜଗତସିଂହପୁର ପରିକଳ୍ପନାରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ କୁ ନୂଆରୂପ ଦିଆଯିବା ସହ ଜିଲ୍ଲା ସଂସ୍କୃତି ଭବନକୁସୁନ୍ଦର କଳାତ୍ମକ ରଂଗମଂଚରେ ପରିବର୍ତନ କରାଯାଇଛି । ସହରରେ ଏକ ସଂଗ୍ରହାଳୟ,ଇନ୍ ଡୋର ଷ୍ଟାଡିୟମ୍,ସ୍ମାର୍ଟପାର୍କ, ସୈାନ୍ଦର୍ଯ୍ୟମୟୀ ପୁଷ୍କରିଣୀ,ବସ୍ ବେ ସହ ଆମୋଦସ୍ଥଳ,ବହୁତଳ ବାହାନରହଣି ସ୍ଥଳର ପରିକଳ୍ପନା ସହ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି । ମାତ୍ର ଏକ ସପ୍ତାହ ମଧ୍ୟରେ ଆମ ଜିଲ୍ଲାର ଜାତୀୟ ରାଜପଥ-୫୫ର ଜମିଅଧିଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ସାରିଛି । ମା ଶାରଳାଙ୍କ ପୀଠର ଉନ୍ନତି କରଣ କାର୍ଯ୍ୟ ଆଗେଇ ଚାଲିଛି । ପାରାଦ୍ୱୀପକୁ ସରସ ସୁନ୍ଦର କରିବା ପାଇଁ ଟ୍ରକ ଟର୍ମିନସ୍,ଇକୋ-ରିଟ୍ରିଟ୍,ଫ୍ଲାଇଓଭର ଆଦିର ପରିକଳ୍ପନା କରାଯାଇ ୩ଶହ କୋଟି ଟଙ୍କାର ପ୍ରସ୍ତାବ ସରକାରଙ୍କ ଦୃଷ୍ଟି ଗୋଚର କରାଯାଇଛି । ନାରୀ ଶକ୍ତିର ବିକାଶରେ ଆମ ଜିଲ୍ଲା ଉଦାହରଣ ସୃଷ୍ଟି କରିଛି । କ୍ରୀଡା, ସ୍ୱାସ୍ଥ୍ୟ,ଶିକ୍ଷା, ସୁ ପ୍ରଶାସନ ସବୁଥିରେ ଆମ ଜିଲ୍ଲା ଅଗ୍ରଣୀ,ସୁଶାସନର ପାଚଂଟି ମନ୍ତ୍ର ସ୍ୱଛତା,ସାଧୁତା,ସଚ୍ଚୋଟତା,ସେବା ଓ ସ୍ୱାଭିମାନ , ଏହାକୁ ପାଥେୟକରି ଜିଲ୍ଲା ପ୍ରଶାସନର ଆଭିମୁଖ୍ୟକୁ ଆପଣମାନେ ଅକୁଣ୍ଠ ସହଯୋଗ କରିଛନ୍ତି । ମାନ୍ୟବର ମୁଖୟମନ୍ତ୍ରୀଙ୍କ ମାର୍ଗ ଦର୍ଶନ ଓ ନିର୍ଦ୍ଧେଶରେ ଆମ ଜିଲ୍ଲା ନୂତନ ମାଇଲ ଖୁଣ ସ୍ଥାପନ କରିଛି । ନୂତନ ଜଗତସିଂହପୁର ଗଢିବା ଏକ ସ୍ୱପ୍ନ ନୁହେଁ ସଂକଳ୍ପ । ମହାତ୍ମାଗାନ୍ଧୀଙ୍କ ପ୍ରତି ଏହା ହେବ ଶ୍ରେଷ୍ଠ ଶ୍ରଦ୍ଧାଜଂଳୀ । ସାଧାରଣତନ୍ତ୍ର ଦିବସ ଅବସରରେ କୋଭିଡ୍ ସଂକ୍ରମଣକୁ ପ୍ରତିରୋଧ କରିବା ଓ କୋଭିଡ୍ ରୋଗୀଙ୍କୁ ଚିକିସôା କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡା.ଧରଣୀଧର ସେନାପତି, ଡାଃ ଶ୍ରୀହର୍ଷ ଦାସ, ଡା. ସତ୍ୟଜିତ୍ ପାଲ, ଡା. ସୁନନ୍ଦନ ମହାନ୍ତି, ଡା.ଅମିୟ ସ୍ୱାଇଁ ,ଶ୍ରୀମତି ରମାଶତପଥୀ, ମ୍ୟାଟ୍ରନ୍, କଲ୍ୟାଣୀ ବଳ, ଷ୍ଟାଫ୍ନର୍ସ,ପ୍ରଭାତ କୁମାର ସାହୁ, ଫାର୍ମାସିଷ୍ଟ,ପ୍ରମୋଦ କୁମାର ପ୍ରଧାନ, ସ୍ୱାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ବିକାଶ ଧଡା, ଲିଟୁ ଗୋଛାୟତ, ରମେଶ ଗୋଛାୟତ, ସଂଗ୍ରାମ କେଶରୀ ଧଡା, କାଂଚନ ଗୋଛାୟତ, ପ୍ରମିଳା ଗୋଛାୟତଙ୍କୁ ଜିଲ୍ଲାପାଳ ଫୁଲତୋଡା, ଉତରୀୟ ଓ ପ୍ରମାଣ ପତ୍ର ଦେଇ ସମ୍ମାନୀତ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍ ମୁଖ୍ୟ ଅତିଥିଙ୍କୁ ପତାକାସ୍ତମ୍ଭ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ । ଜିଲ୍ଲାପାଳ ସହରରେ ମହାପୁରୁଷ ମାନଙ୍କର ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରତୁ୍ୟଷରେ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ରାମଧୂନ୍ ପରିବେଷଣ କରାଯାଇଥିଲା । ସାଧାରଣତନ୍ତ୍ର ଦିବସ ଅବସରରେ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ପରିସରରେ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର,ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରକାଶ ଆର୍,ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ ପ୍ରମୁଖ ବୃକ୍ଷରୋପଣ କରିଥିଲେ । ଏହି ଉତ୍ସବରେ ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ, ଅତିରିକ୍ତ ଏସ୍.ପି.ଶ୍ରୀ ବିଶ୍ୱନାଥ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ବିଜୟା ପଣ୍ଡା, ଡି.ଏସ୍.ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ବି.ଡି.ଓ, ତହସିଲଦାର,ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ୟାରେଡ୍ ରେ ପୋଲିସ୍ ବାହିନୀର ଦୁଇଟି ଦଳ ଭାଗ ନେଇଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦୁର୍ଯେ୍ୟାଧନ ବେହେରା ପ୍ୟାରେଡ୍ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.