Thursday , March 23 2023
Home / ବିଶେଷ / ଉତ୍କଳ ବିକାଶ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ଭାରତମାତା ପୂଜନ

ଉତ୍କଳ ବିକାଶ ପରିଷଦ ପକ୍ଷରୁ ସାଧାରଣତନ୍ତ୍ର ଦିବସରେ ଭାରତମାତା ପୂଜନ

କଟକ ୨୬/୦୧/୨୦୨୧ (ଓଡ଼ିଶା ସମାଚାର)-  କଟକ ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) କଟକ ସଦର ଉପକଣ୍ଠ କନ୍ଦରପୁରର ସାବିତ୍ରୀ ଗାର୍ମେଣ୍ଟସ୍ ଠାରେ ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତମାତା ପୂଜନ ମହାପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗୋସେବା ପ୍ରମୂଖ ସଞ୍ଜୟ ସାହୁ, ଘରୋଇ ଗୋଶାଳା ସଂସ୍ଥାପକ ପ୍ରଦୀପ୍ତ ସାହୁ,ସ୍ବଦେଶୀ ପ୍ରଚାରକ ପୂର୍ଣଚନ୍ଦ୍ର ସାହୁ,ଚକ୍ରଧର ମୁଦୁଲି,ଅବିନାଶ ମୁଦୂଲି,ବଳରାମ ନାୟକ,ଲକ୍ଷ୍ମୀଧର ବେହେରା,ଆଶିଷ ମହାପାତ୍ର,ଶାରଦା ନନ୍ଦ ଓ ରାଜେଶ ଖୁଣ୍ଟିଆ ଯୋଗଦାନ କରି ଭାରତମାତାଙ୍କ ପ୍ରତିକୃତି ଫଳକ ଉପରେ ପୁଷ୍ପମାଲ୍ୟ ପ୍ରଦାନ କରି ଧୂପ ଦ୍ବୀପ ପ୍ରଦାନକରି ପୂଜା କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.