ଭୁବନେଶ୍ୱର, ୨୬/୦୧/୨୦୨୧ (ଓଡ଼ିଶା ସମାଚାର)- କୋଭିଡ କଟକଣା କୁ ମାନି ୟୁନିଟ୍ ୧ସ୍ଥିତ ଆଦିବାସୀ ପଡ଼ିଆରେ ଆଦିବାସୀ ମେଳା-୨୦୨୧ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ‘ଆଦିବାସୀ ମେଳା କୁ ଭର୍ଚୁଆଲ୍ ମୋଡ୍ ରେ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ଜଗନ୍ନାଥ ସାରକା, ଉନ୍ନୟନ କମିଶନର ପ୍ରଦୀପ ଜେନା, ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ଏସ୍ସିଏସ୍ଟିଆର୍ଟିଆଇ ନିର୍ଦେଶକ ପ୍ରଫେସର ଅଖିଳ ବିହାରୀ ଓତା, ଜନଜାତି ନିର୍ଦେଶକ ପୁନମ ଗୁହା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଆଦିବାସୀ ମେଳା ଫେବୃଆରୀ ୯ ତାରିଖ ପର୍ୟ୍ୟନ୍ତ ଚାଲିବ। ପ୍ରତିଦିନ ପୂର୍ବାହ୍ନ ୧୧ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ ଏବଂ ଦର୍ଶକମାନେ ମେଳା ପରିଦର୍ଶନ କରିପାରିବେ। ଓଡ଼ିଶାର ଜନଜାତିମାନଙ୍କ ଦ୍ବାରା ଉତ୍ପାଦିତ ଲଘୁ ବନଜାତ ସାମଗ୍ରୀକୁ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ମାଧ୍ୟମରେ ଏହି ଆଦିବାସୀ ମେଳା ରେ ବିକ୍ରୟ କରାଯିବା ପାଇଁ ବ୍ୟବସ୍ଥା ହୋଇଛି।
ଆଦିବାସୀ ମେଳା ର ପ୍ରବେଶ ଦ୍ୱାରରେ ସାନିଟାଇଜର ଓ ଥର୍ମାଲ ସ୍କାନିଂର ବ୍ୟବସ୍ଥା କରାଯାଇଛି। ଦର୍ଶକମାନଙ୍କୁ ମାସ୍କ ଓ ସାମାଜିକ ଦୂରତା ପାଳନ କରାଯିବାକୁ କୁହାଯାଇଛି। ଓଡ଼ିଶା ସମାଚାର
Check Also
ବର୍ଷା ଦିନ ପୂର୍ବରୁ ଚିତ୍ରୋତ୍ପଳା ନଦୀରେ ପଥର ପ୍ୟାକିଙ୍ଗ ଓ ବୁରୁଜ ନିର୍ମାଣ ସରିବା ନେଇ ଆଶଙ୍କା
ଗରଦପୁର, ୨୦/୦୫/୨୦୨୨( ଓଡ଼ିଶା ସମାଚାର )-ପାଟକୁରା ନିକଟରେ ଚିତ୍ରୋତ୍ପଳା ଦକ୍ଷିଣ ପାଶ୍ୱର୍ ନଦୀ ତୀରରେ ୪କୋଟି ୮୦ ଲକ୍ଷ ଟଙ୍କା …