ଭୁବନେଶ୍ୱର, ୨୬/୦୧/୨୦୨୧ (ଓଡ଼ିଶା ସମାଚାର)- ଆଜି କରୋନାରେ କାହାରି ମୃତ୍ୟୁ ହୋଇନାହିଁ । ଅନ୍ୟପକ୍ଷରେ ରାଜ୍ୟରେ ଆଜି ଦୈନିକ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୧୦୦ ତଳକୁ ରହିଛି । ଆଜି ଗୋଟିଏ ଦିନରେ ୯୯ ଜଣ ନୂତନ କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି ଓ ୪୧ ଜଣ ସ୍ଥାନୀୟ ବାସିନ୍ଦା କରୋନା ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳ ଜିଲ୍ଲାରୁ ୬ଜଣ, ବାଲେଶ୍ୱର ଜିଲ୍ଲାରୁ ୭ଜଣ, ବରଗଡ଼ ଜିଲ୍ଲାରୁ ୩ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୮ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ଜଣେ, ଯାଜପୁର ଜିଲ୍ଲାରୁ ୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୧୪ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୩ଜଣ, ନୂଆପଡ଼ା ଜିଲ୍ଲାରୁ ୮ଜଣ, ପୁରୀ ଜିଲ୍ଲାରୁ ୪ଜଣ, ରାୟଗଡ଼ା ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୯ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦ଜଣ, ଷ୍ଟେଟ୍ ପୁଲ୍ରୁ ୩ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୪୫୨୯ କୁ ବୃଦ୍ଧି ପାଇଛି ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୩୪୫୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୩୧୨୮୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୧୯୦୬ ଜଣ କରୋନାରେ ମୃତ୍ୟୁ ବରଣ କରିଥିବାବେଳେ ୫୩ ଜଣ କରୋନା ଆକ୍ରାନ୍ତଙ୍କର ଅନ୍ୟ ରୋଗରେ ମୃତ୍ୟୁ ହୋଇଛି । ଆଉ ୧୨୮୬ ଜଣ ସକ୍ରୀୟ ସଙ୍କ୍ରମିତ ଚିକିତ୍ସାଧିନ ଅଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୭୫୮୮୬୦୩ଟି ସାମ୍ପୁଲ ଟେଷ୍ଟ୍ ହୋଇଛି । ଓଡ଼ିଶା ସମାଚାର