Monday , March 20 2023
Breaking News
Home / ସ୍ୱାସ୍ଥ୍ୟ / ଆଉ ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଆଉ ୧୪୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର, ୨୬/୦୧/୨୦୨୧ (ଓଡ଼ିଶା ସମାଚାର)- ଆଜି ଆଉ ୧୪୩ଜଣ କରୋନା ଆକ୍ରାନ୍ତ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜି ଯେଉଁ ୧୪୩ଜଣ ସୁସ୍ଥ ହେଲେ ସେମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ସର୍ବାଧିକ ୨୯ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ସେହିପରି ଖୋର୍ଧାରୁ ୧୯ଜଣ, ପୁରୀରୁ ୧୬ଜଣ,ସମ୍ବଲପୁରରୁ ୧୨ଜଣ, ବରଗଡ଼ରୁ ୧୦ଜଣ, ଅନୁଗୁଳରୁ ୯ଜଣ, କଟକରୁ ୭ଜଣ, ଯାଜପୁର ୭ଜଣ, ବାଲେଶ୍ବରରୁ ୬ଜଣ, ନୂଆପଡ଼ାରୁ ୫ଜଣ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୩ଜଣ,ବାଲାଙ୍ଗୀରରୁ ୨ଜଣ,ବୌଦ୍ଧରୁ ୨ଜଣ, ଗଞ୍ଜାମରୁ ୨ଜଣ, ଝାରସୁଗୁଡ଼ାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଭଦ୍ରକରୁ ଜଣେ, ଦେବଗଡ଼ରୁ ଜଣେ, ଜଗତସିଂହପୁରରୁ ଜଣେ ଓ ଷ୍ଟେଟପୁଲରୁ ୫ଜଣ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନୂଆ ସୁସ୍ଥଙ୍କୁ ମିଶାଇଲେ ମୋଟ୍ ୩୩୧୪୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ଓଡ଼ିଶା ସମାଚାର

Leave a Reply

Your email address will not be published.