Tuesday , March 28 2023
Home / ବିଶେଷ / ଭୁବନେଶ୍ୱର ଜନତା ମଇଦାନରେ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ବୁଲିଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର ଜନତା ମଇଦାନରେ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ବୁଲିଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାର ହସ୍ତଶିଳ୍ପ ଓ ବୟନଶିଳ୍ପର ଚାହିଦା ବଢାଇବା ପାଇଁ ଭୋକାଲ୍ ଫର୍ ଲୋକାଲ୍ ହେବାକୁ ପଡିବ – ଧର୍ମେନ୍ଦ୍ର 

ଭୁବନେଶ୍ୱର, ୨୫/୦୧/୨୦୨୧ (ଓଡ଼ିଶା ସମାଚାର)-  ଆତ୍ମନିର୍ଭର ଭାରତ ନିର୍ମାଣ ପାଇଁ ପ୍ରଥମେ ଆତ୍ମନିର୍ଭର ଓଡ଼ିଶା ଗଠନ କରିବାକୁ ହେବ । ତେଣୁ ଓଡ଼ିଶାର କଳା ଓ ସଂସ୍କୃତି ସହ ଯୋଡ଼ି ହୋଇରହିଥିବା ହସ୍ତଶିଳ୍ପ, ବୟନଶିଳ୍ପ ତଥା ଆମର  ଶିଳ୍ପୀ,  ବୁଣାକାରଙ୍କ ଦ୍ୱାରା  ପ୍ରସ୍ତୁତ ସମ୍ବଲପୁର  ଶାଢ଼ୀ,  କୋଟପାଡ଼  ବସ୍ତ୍ର  ଏବଂ  ରଘୁରାଜପୁରର ପଟ୍ଟଚିତ୍ର ମାସ୍କ ଏବଂ ଅନ୍ୟାନ୍ୟ ସାମଗ୍ରୀର ଚାହିଦା ସମଗ୍ର ଭାରତବର୍ଷ ଓ ବିଶ୍ୱରେ ବଢ଼ାଇବା ପାଇଁ ଆମକୁ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର  ମୋଦିଙ୍କ  ଭୋକାଲ  ଫର୍  ଲୋକାଲ୍  ମାର୍ଗରେ  ଚାଲିବାକୁ  ହେବ  ବୋଲି  ଭୁବନେଶ୍ୱର ଜନତା ମଇଦାନରେ ତୋଷାଳ ମେଳା ବୁଲିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ ପଂଚଦଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ରେ  ଦେଶର  ବିଭିନ୍ନ  ପ୍ରାନ୍ତରୁ  ଆସିଥିବା  କାରିଗର,  ବୁଣାକାର  ଓ  ହସ୍ତଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପାରିକ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ଅତ୍ୟନ୍ତ ଚମତ୍କାର  । କରୋନା ମହାମାରୀର ମୁକାବିଲା କରି  ସ୍ୱଭାବିକ ସ୍ଥିତିକୁ ଆସିଥିଲେ ମଧ୍ୟ ଏବେ ବି ଟିକା ନେବା ପର୍ଯ୍ୟନ୍ତ କୋଭିଡ୍ ନିୟମକୁ ଶୃଙ୍ଖଳାର ସହ ମାନିବାକୁ ହେବ  । ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ସାବୁନରେ ହାତ ଧୋଇବା ଏବଂ ସର୍ବସାଧାରଣରେ ଦୁଇ ମିଟର ଦୂରତା ଅବଲମ୍ବନ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.