Friday , May 20 2022
Home / ବିଶେଷ / ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଉତ୍କଳ ବିକାଶ ପରିଷଦ ପକ୍ଷରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ

ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଉତ୍କଳ ବିକାଶ ପରିଷଦ ପକ୍ଷରୁ ନିଧି ସଂଗ୍ରହ କାର୍ଯ୍ୟକ୍ରମ

 କଟକ ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ପ୍ରଭୁ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ କଟକ ସଦର ବୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ଓ କଳପଡା ଏବଂ ଅନ୍ୟାନ୍ୟ ପଞ୍ଚାୟତରେ ନିଧି ସଂଗ୍ରହ ଅଭିଯାନ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ଜାରି ରହିଛି । ଏହି ମହାଅଭିଯାନରେ ପରିଷଦ ପକ୍ଷରୁ ପ୍ରାଣକୃଷ୍ଣ ରାୟ,ଭୋଳିନାଥ ରାଉତ, ଶରତ କୁମାର ରାଉଳ, ପ୍ରଫୁଲ୍ଲ ପ୍ରଧାନ, ଗଜେନ୍ଦ୍ର ବେଉରା, ଅନିଲ ମହାପାତ୍ର,ବେନୁ ପତି,ଦେବୀ ପ୍ରସାଦ ପତି,ବିଶ୍ୱରଂଜନ ସେଠୀ, ଅଭିରାମ ଦଳାଇ ତଥା ବହୁ କାର୍ଯ୍ୟକର୍ତା ଉପସ୍ଥିତରହି ବହୁଗ୍ରାମ ପରିକ୍ରମାକରି ନିଧି ସଂଗ୍ରହ କରୁଛନ୍ତି । ମନ୍ଦିର ନିର୍ମାଣ ଅଭିଯାନ ପାଇଁ ଜନସାଧାରଣଙ୍କର ଅଭୂତପୂର୍ବ ଉତ୍ସାହ ଓ ସହଯୋଗ ପରିଲକ୍ଷିତ ହେଉଥିବାର ଲକ୍ଷ୍ୟ କରାଯାଉଛି । ଏହି ମହାଅଭିଯାନରେ ତଥା ସମ୍ପର୍କ ଯାତ୍ରାରେ ସାମିଲହୋଇ ଧାର୍ମିକ କାର୍ଯ୍ୟକୁ ସୁଚାରୁ ରୁପେ ସମ୍ପାଦନ କରୁଥିବା ପରିଷଦର କାର୍ଯ୍ୟକର୍ତା ଏବଂ ନିଧି ସମର୍ପଣ କରୁଥିବା ଜନସାଧାରଣ ମାନଙ୍କୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଆଦର୍ଶ ଶିକ୍ଷକ ଙ୍କ ଏକାଦଶାହ ରେ ଗଭୀର ଶ୍ରଦ୍ଧାଞ୍ଜଳି

ନିଶ୍ଚିନ୍ତକୋଇଲି ,୧୯/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା )- ଛାତ୍ର ବତ୍ସଳ ଆଦର୍ଶ ଶିକ୍ଷକ ରବୀନ୍ଦ୍ର ନାଥ ସ୍ୱାଇଁ ଙ୍କ ଏକାଦଶାହ …

Leave a Reply

Your email address will not be published. Required fields are marked *