Wednesday , March 29 2023
Home / ବିଶେଷ / ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରତିଭା ସମ୍ପନ୍ନ ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ପଦ୍ମ ପୁରସ୍କାର ପାଇଁ ମନୋନୀତ ହୋଇଥିବା ପ୍ରତିଭା ସମ୍ପନ୍ନ ଓଡିଆଙ୍କୁ ଅଭିନନ୍ଦନ ଜଣାଇଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର, ୨୫/୦୧/୨୦୨୧ (ଓଡ଼ିଶା ସମାଚାର)- ଦେଶର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଏବଂ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶାର ଅନେକ ପ୍ରତିଭାଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତକରି ଆମ ରାଜ୍ୟର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରାକୁ ମାନ୍ୟତା ଦେବା ସହଜାତୀୟ ସ୍ତରରେ ଓଡିଶାର ପ୍ରତିଭାକୁ ସର୍ବୋଚ୍ଚ ସମ୍ମାନ ଦେଇଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ସମ୍ମାନଜନକ “ପଦ୍ମବିଭୂଷଣ ଓ ପଦ୍ମଶ୍ରୀ” ପୁରସ୍କାର ପାଇଁ ମନୋନୀତ ହୋଇଥିବା ଭାରତ ସମେତ ଓଡିଶାର ସମସ୍ତ ପ୍ରତିଭା ସମ୍ପନ୍ନ ବ୍ୟକ୍ତିଙ୍କୁ ଟ୍ୱିଟ୍ କରି ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ କଳା କ୍ଷେତ୍ରରେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ ପଦ୍ମବିଭୂଷଣ ସମ୍ମାନ ପାଇଁ ମନୋନୀତ କରି ରାଜ୍ୟର କଳାଓ କାରିଗରଙ୍କ ପ୍ରତି ଉଚିତ୍ ସମ୍ମାନ ଦିଆଯାଇଛି । ସେହିପରି କଳା, ସାହିତ୍ୟ,ଶିକ୍ଷା, ସ୍ୱାସ୍ଥ୍ୟସେବାରେ ବିଶିଷ୍ଟ ସମାଜସେବୀ ଶାନ୍ତି ଦେବୀ, ପୂର୍ଣ୍ଣମାସୀ ଜାନୀ, ରଜତ କୁମାର କର, ଡା. କ୍ରୀଷ୍ଣମୋହନ ପାଠୀ ଓ ନନ୍ଦ ପୃଷ୍ଟି ପଦ୍ମଶ୍ରୀ ପାଇଁ ମନୋନୀତ ହେବା ନେଇ ଶ୍ରୀ ପ୍ରଧାନ ଖୁସି ବ୍ୟକ୍ତ କରିଛନ୍ତି । ସାଧନା ଓ ଉଲ୍ଲେଖନୀୟ କାର୍ଯ୍ୟ ମାଧ୍ୟମରେ ନିଜର ଜୀବନକୁ ସମାଜ ପାଇଁ ଉତ୍ସର୍ଗୀକୃତ କରିଥିବା ପ୍ରତିଭା ସମ୍ପନ୍ନ ଓଡ଼ିଆ ମଧ୍ୟ ପଦ୍ମ ପୁରସ୍କାରରେ ସମ୍ମାନିତ ହେବା ଗୌରବର ବିଷୟ ଓ ଜଣେ ଓଡ଼ିଆ ଭାବରେ ମୁଁ ଗର୍ବିତ । ତୃଣମୂଳ ସ୍ତରର ସାମାଜିକ ପ୍ରତିଭାଙ୍କ ଏହି ଅଭୁତପୂର୍ବ କାହାଣୀ ସମାଜକୁ ସଠିକ୍ ପ୍ରେରଣା ଦେବବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.