ପାରାଦୀପ,୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଆସନ୍ତା ୨୬ ତାରିଖ ମଙ୍ଗଳବାର ଆମ୍ବେରୀ ଖେଳ ପଡ଼ିଆରେ ୪୦ତମ ପତିତପାବନ କ୍ରିକେଟ୍ ଟୁର୍ଣ୍ଣାମେଂଟର ଫାଇନାଲ ଖେଳ ଅନୁଷ୍ଠିତ ହେବ । ଜିଗନିପୁର ଓ ହରଚଣ୍ଡି ମଧ୍ୟରେ ଏହି ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ । ରବିବାର ଶେଷ ସେମିଫାଇନାଲ ମ୍ୟାଚ୍ ଥିଲା । ଏଥିରେ ପଲେଇ ଟିମ୍ କୁ ହରଚଣ୍ଡି ହରାଇ ଫାଇନାଲରେ ପ୍ରବେଶ କରିଛି । ଏହି ଖେଳରେ ହରଚଣ୍ଡିର ଶୁଶାନ୍ତ ରାଉଳଙ୍କୁ ଅତିଥି ଅମରେଶ ମଲିକ ମ୍ୟାନ୍ ଅଫ୍ ଦ ମ୍ୟାଚ୍ କପ୍ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର