ନିରାକାରପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧ ଜିଲ୍ଲା ଟାଙ୍ଗି ବନାଂଚଳ ଅଧୀନସ୍ଥ ଓଳସିଂହ ପଂଚାୟତ ଡ଼ମଣଭୂମି ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଗୋଟିଏ ଦନ୍ତା ହାତୀର ଆକ୍ରମଣରେ ଉକ୍ତ ଗ୍ରାମର ଜଣେ ବୃଦ୍ଧ ଗୁରୁତର ହୋଇ ଭୁବନେଶ୍ୱରର ଏକ ମେଡ଼ିକାଲରେ ଚିକତ୍ିସାଧୀନ ରହିଛନ୍ତି । ସୂଚନାଯୋଗ୍ୟ ଦୀର୍ଘ ବର୍ଷ ଧରି ଡ଼ମଣଭୂମି ଅଂଚଳରେ ହାତୀପଲ ରହି ଆସୁଥିବାବେଳେ ବନ ବିଭାଗର ଗହନ ନିଦ୍ରା ଯୋଗୁ ଏହି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହେବା ସହ ମଣିଷର ଜୀବନ ମଧ୍ୟ ଯାଉଛି । ଡ଼ମଣଭୂମି ଗ୍ରାମର ସୁଦର୍ଶନ ଭୋଳ (୫୬) ନିଜ ଘରେ ଶୋଇଥିବାବେଳେ ଗୋଟିଏ ହାତୀ ଧାନ ଖାଇବାକୁ ଆସି ସୁଦର୍ଶନଙ୍କ ବାଡ଼ିପଟେ ଥିବା ଏକ ଚାଳ ଘରକୁ ଭାଙ୍ଗିବା ସହ ସୁଦର୍ଶନ ଶୋଇଥିବା ଛାତଘରର ପଛପାଖ ଗ୍ରୀଲ ଭାଙ୍ଗିବା ପାଇଁ ଚେଷ୍ଟା କରିଥିଲା । ଉକ୍ତ ସମୟରେ ସୁଦର୍ଶନ ଆଗ ପଟ ଦୁଆର ଖୋଲି ଗ୍ରାମବାସୀଙ୍କୁ ଡ଼ାକୁଥିବାବେଳେ ହାତୀ ପଛ ପାଖରୁ ବୁଲିଯାଇ ତାଙ୍କ ଛାତିରେ ଦାନ୍ତ ଭୁଷି ଉପରକୁ ଉଠାଇ ତଳେ କଚାଡ଼ି ଦେଇଥିଲା । ଫଳରେ ସେ ଘଟଣାସ୍ଥଳରେ ଗୁରୁତର ହୋଇ ପଡ଼ିଥିବାବେଳେ ଲୋକମାନେ ତାଙ୍କୁ ପ୍ରଥମେ ଖୋର୍ଦ୍ଧା ମେଡ଼ିକାଲକୁ ଚିକତ୍ିସା ପାଇଁ ନେଇଥିଲେ । ସେଠାରେ ତାଙ୍କର ଅବସ୍ଥା ସଙ୍କାଟପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇ ଚିକତ୍ିସା କରାଯାଉଛି । ଓଡ଼ିଶା ସମାଚାର