Saturday , April 1 2023
Breaking News
Home / କୃଷି / ଜିଲା କୃଷକ ସଂଗଠନର ବାର୍ଷିକ ବୈଠକ

ଜିଲା କୃଷକ ସଂଗଠନର ବାର୍ଷିକ ବୈଠକ

ରଘୁନାଥପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଧଳତଙ୍ଗଗଡ଼ ଠାରେ ଜଗତସିଂହପୁର ଜିଲା କୃଷକ ସଂଗଠନର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସଂଗଠନର ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ସଭାପତି ଗୋବିନ୍ଦ ଚନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଅନୁଷ୍ଠତି୍ ଏହି ବୈଠକରେ ଜିଲାର ଶତାଧିକ କୃଷକ ନେତା ଯୋଗଦେଇ କୃଷି କ୍ଷେତ୍ରରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରସଙ୍ଗରେ ଆଲୋକପାତ କରିଥିଲେ । ଦେଶରେ ଚାଲୁଥିବା କୃଷକ ଆନ୍ଦୋଳନ ଉପରେ ଆଲୋକପାତ କରି କୃଷି କ୍ଷେତ୍ରରେ ଚାଲିଥିବା ମଣ୍ଡି ଓ ଏମଏସପି ବ୍ୟବସ୍ଥାକୁ ସୁଦୃଢ଼ୀକରଣ ସହିତ ସୁନିଶ୍ଚିତ କରିବାକୁ ଏବଂ କୃଷକର ପ୍ରତ୍ୟେକ ଅମଳଯାତ ଦ୍ରବ୍ୟକୁ ମଣ୍ଡି ମାଧ୍ୟମରେ କ୍ରୟ କରାଯିବାକୁ ଦାବି ରଖିଥିଲେ । ରାଜ୍ୟରେ ଆଖୁ ଚାଷକୁ ଗୁରୁତ୍ୱ ଦେବା ସହିତ ଚାଷୀର ହିତ ଦୃଷ୍ଟିରୁ ଅଧିକ ସଂଖ୍ୟକ ଚିକି କଳ ବସାଇବା ଏବଂ ଆଖୁ ଚାଷୀକୁ ସେମାନଙ୍କ ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବାକୁ ସମ୍ପାଦକ ଇଂ ଜେନା ଗୁରୁତ୍ୱାରୋପ କରିଥିଲେ । ଓଡ଼ିଶା ର ଚାଷୀ ବିଭିନ୍ନ ସମୟରେ ଚାଷଜନିତ କ୍ଷତି ସହୁଥିବାରୁ କୃଷିଜାତ ଦ୍ରବ୍ୟରେ ବୋନସ ର ବ୍ୟବସ୍ଥା କରିବା ସହିତ ଚାଷ କାର୍ଯ୍ୟରେ ବ୍ୟବହୃତ ବିଦ୍ୟୁତ ମାଗଣାରେ ସରକାର ଯୋଗାଇ ଦେବାକୁ ମତ ପ୍ରକାଶ ପାଇଥିଲା । ରାଜ୍ୟରେ ଅଧିକ ସଂଖ୍ୟାରେ ଶୀତଳୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇ କୃଷିଜାତ ଦ୍ରବ୍ୟକୁ ସୁରକ୍ଷିତ ରଖାଯିବା ପାଇଁ ମଧ୍ୟ ଆଲୋଚନା ହୋଇଥିଲା । ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ସ୍ଥିର କରାଯିବା ସହିତ ହଂସୁଆ ଡ଼୍ରେନେଜ ର ସଫେଇ ଓ ଉନ୍ନତିକରଣ କରାଯିବାକୁ ସରକାରଙ୍କ ନିକଟରେ ଦାବି କରାଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ ବିନୋଦ ବିହାରୀ ମହାନ୍ତି , ଅଭୟ କୁମାର ସାମନ୍ତରାୟ, ଉପସଭାପତି ଦିଲିପ କୁମାର ରଥ,ସାରଦାପ୍ରସାଦ ରାୟ,କୋଷାଧ୍ୟକ୍ଷ ସିଦ୍ଧାର୍ଥ ତ୍ରିପାଠୀ, ଉପଦେଷ୍ଟା ପାର୍ଥସଖା ପାଲଟାସିଂ , ରାଜକିଶୋର ବରାଳ,ବିଦ୍ୟାଧର ନାୟକ,ଯଦୁନାଥ ଜେନା,ନିତ୍ୟାନନ୍ଦ ନାୟକ,ବିଚିତ୍ରାନନ୍ଦ ସ୍ୱାଇଁ, ପ୍ରକାଶ ଜେନା,ସୁବ୍ରତ ନାୟକ,ଅଜୟ ଜେନା,ଗଙ୍ଗାଧର ଜେନା ପ୍ରମୁଖ ଯୋଗ ଦେଇଥିବାବେଳେ ବିପିନ ବିହାରୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.