Thursday , March 23 2023
Home / ବିଶେଷ / ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ – ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ – ପାରାଦୀପ ଆଦର୍ଶ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ପାରାଦୀପ ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଜାତୀୟ ସଡକ ସୁରକ୍ଷା ମାସ ସାଧାରଣତଃ ପ୍ରତ୍ୟେକ ବର୍ଷ ଜାନୁଆରୀ ୧୧ତାରିଖରୁ ୧୭ତାରିଖ ପର୍ଯ୍ୟନ୍ତ ପାଳିତ ହୋଇଥାଏ । କିନ୍ତୁ ସଂପ୍ରତି କୋଭିଡ୍ ସଂକ୍ରମଣ ଯୋଗୁଁ ଏହା ଚଳିତ ବର୍ଷ ଜାନୁଆରୀ ୧୮ତାରିଖରୁ ଫେବୃଆରୀ ୧୭ତାରିଖ ପର୍ଯ୍ୟନ୍ତ ପାଳିତ ହେଉଅଛି । ଏହି ପରିପ୍ରେକ୍ଷିରେ ପାରାଦୀପ ଆଦର୍ଶ ଥାନା ପକ୍ଷରୁ ୩୨ତମ ଜାତୀୟ ସଡକ ସୁରକ୍ଷା ମାସ-୨୦୨୧ ଅବସରରେ ଟ୍ରାଫିକ୍ ନିୟମ ମାନିବା, ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା, ଗାଡି ଧିରେ ଚଳାଇବା, ବିନା ଲାଇସେନ୍ସରେ କିମ୍ବା ମଦ୍ୟପାନ କରି ଗାଡି ନ ଚଳାଇବା, ଦୁଇ ଚକିଆ ଗାଡି ଚଳାଇବା ସମୟରେ ଉଭୟ ଚାଳକ ଓ ସହଚାଳକ ହେଲମେଟ୍ ପିନ୍ଧିବା, ଚାରି ଚକିଆ ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ବ୍ୟବହାର କରିବା ଇତ୍ୟାଦି ସମ୍ବନ୍ଧରେ ଏକ ଗାଡିରେ ହୋଡିଂ ମାରି ବନ୍ଦର ସହରାଂଚଳ ବୁଲି ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି । ଏଥିରେ ଅନ୍ୟଥା ହେଲେ ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଜୋରିମାନା ଆଦାୟ କରାଯିବା ସହିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଦର୍ଶ ଥାନାଧିକାରୀ ରଜନୀ କାନ୍ତ ସାମଲ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.