ନିରାକାରପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ଛଣଗିରି ଖେଳପଡିଆ ଠାରେ ମା ଭଗବତୀ ଫୁଟବଲ୍ ଆସୋସିଏସନ ଅନୁକୂଲ୍ୟରେ ୭ମ ବାର୍ଷିକ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଂଟ ରବିବାର ଦିନ ଠାରୁ ଚାଲୁରହିଛି । ସୋମବାର ଦିନ ଯଦୁମଣି ସ୍ପୋଟିଙ୍ଗ୍ କ୍ଲବ୍ ଇଟାମାଟି ନୟାଗଡ ବନାମ ଶୀ୍ର ନିଳାଚକ୍ର ସ୍ପୋର୍ଟସ୍ କ୍ଲବ୍ ପୁରି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଖେଳର ପ୍ରଥମାର୍ଦ୍ଧରେ ଯଦୁମଣି ସ୍ପୋଟିଙ୍ଗ କ୍ଲବ୍ ପକ୍ଷରୁ ୧୧ନଂମ୍ବର ଖେଳାଳି ସୁକାନ୍ତ ପ୍ରଧାନ ଗୋଟିଏ ଗୋଲ ଦେଇ ଥିବା ବେଳେ ପୁରୀ ପ୍ରଥମା ଓ ଦ୍ୱିତୀୟା ଅର୍ଦ୍ଧରେ କୌଣସି ଗୋଲଦେଇ ନପାରି ପରାଜୟ ବରଣ କରିଥିଲା । ଏହି ଖେଳକୁ ଶରତ ଚନ୍ଦ୍ର ଛୋଟରାୟ,ସୁକାନ୍ତ କୁମାର ପ୍ରଧାନ,ଚିତ ରଂଜନ ପରିଡା ପ୍ରମୁଖ ପରିଚାଳନା କରିଥିବା ବେଳେ ଅଳଙ୍କାର ବ୍ୟବସାୟୀ ପୁଷ୍ପ ରଂଜନ ସାହୁ ,ଅନୁଷ୍ଠାନର ସଭାପତି ମାନସ ଦାସ,ସଂପାଦକ ସୁକାନ୍ତ କୁମାର ଗଜେନ୍ଦ୍ର,ଚନ୍ଦନ ମିଶ୍ର,ଏସ୍ କେ ସ୍ରାଇଲ,ଅଜୟ କୁମାର ଚୈହାନ,ସେକ୍ ଗୁଲାମ ରସୁଲ,ରମାକାନ୍ତ ପଟ୍ଟନାୟକ,ନୃସିଂହ ଚରଣ ମହାନ୍ତି ପ୍ରମୁଖ ଅତିତô ଭାବରେ ଯୋଗ ଦେଇ ବିଜୟୀ ଓ ପରାଜୟୀଙ୍କୁ ସମ୍ବର୍ଦ୍ଧନା କରିଥିଲେ । ଆସନ୍ତା କାଲି ବଜରଙ୍ଗି ସ୍ପୋଟିଙ୍ଗ କ୍ଲବ୍ ଘାଟିକିଆ ଭୁବନେଶ୍ୱର ବନାମନୀଳମାଧବ କ୍ଲବ୍ ଚନ୍ଦ୍ରଶେଖରପୁର ମଧ୍ୟରେ ଅନୂଷ୍ଠିତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଶା ସମାଚାର