ନିରାକାରପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଅପ୍ରତିମ ରାଜନେତା ସମବାୟ ଆନ୍ଦୋଳନର ପ୍ରବକ୍ତା ଉଦୟନାଥ ଆଚାର୍ଯ୍ୟଙ୍କ ତୃତୀୟ ପୂଣ୍ୟତିଥି ଅବସରରେ ଗାନ୍ଧୀ ପରର ଭାତ ଶୀର୍ଷକ ଆଲୋଚନାରେ ଗାନ୍ଧୀବାଦ ଯୁଗେ ଯୁଗେ ଭାରତୀୟ ମାନଙ୍କୁ ପ୍ରେରିତ କରୁଥିବ ଓ ଗାନ୍ଧୀବାଦ ଭାରତୀୟ ମାନଙ୍କର ସମ୍ବଳ ହୋଇ ରହିଥିବ ବୋଲି ବିଶିଷ୍ଟ ଅତିଥିଗଣ । ସ୍ମାରକୀ ବକ୍ତୁତା ପ୍ରଦାନ କରି ପ୍ରଫେସର ପ୍ରଫୁଲ କୁମାର ମହାନ୍ତି ,ଭାରତୀୟ ସଭ୍ୟତା ଓ ସଂସ୍କୃତିର ଔଜଲ୍ୟକୁ ଗାନ୍ଧୀ ଶକ୍ତି ଭାବେ ରୂପାନ୍ତରିତ କରି କୋଟି ଜନଗଣ ମନର ଅଧିନାୟକ ହୋଇପାରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ବାବେ ଐତିହାସିକ ପ୍ରଫେସର ଶ୍ରୀଧର ମହାପାତ୍ର ଉଦୟନାଥ ଆଚାର୍ଯ୍ୟ ଗାନ୍ଧୀବାଦର ଚେତନାକୁ ଅଙ୍ଗୀକାର କରି ଉଚ୍ଚ ଆଦର୍ଶ ପ୍ରତିଷ୍ଠା କରିଥିଲର । ଶିତକ୍ଷାବିତ ବଂଶୀଧର ଜଗଦେବଙ୍କ ପୈାରହିତରେ ଆୟୋଜିତ ସମାବେଶରେ ବର୍ଷିୟାନ ରାଜନେତା ଅଜୟ କୁମାର ଜେନା ଙ୍କୁ ଉଦୟନାଥ ଆଚାର୍ଯ୍ୟ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ । ଅଧ୍ୟାପକ ଡ ମୃତୁ୍ୟଂଜୟ ରଥ ଙ୍କ ସଂଯୋଜନାରେ ପ୍ରସ୍ତୁତ ସମାବେଶରେ ସଂସଦରେ ସଂପାଦକ ବିଜୟ କୁମାର ପାଲଟାସିଂ ଅତିଥିି ପରିଚାୟ ପ୍ରଦାନ କରିଥିଲା ବେଳେ ପ୍ରଶାନ୍ତ କୁମାର ପାଟ୍ଟଶାଣୀ ଧନ୍ୟବାଦ ଅର୍ପଣ କରିଥିଲେ । ସଂସଦର କର୍ମକର୍ତା ଅଧ୍ୟାପକ ପା୍ରଣେଶ୍ୱର ଜୟସିଂହ,ପୁତ୍ର ଲକ୍ଷ୍ମୀଧର ଆଚାର୍ଯ୍ୟ,ବିଭୂତି ଭୁଷଣ ଆଚାର୍ଯ୍ୟ ଓ କୃଷ୍ଣ ଚନ୍ଦ୍ର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର