Friday , March 31 2023
Home / କୃଷି / କଳାହାଣ୍ଡି ଜିଲ୍ଲା ରେ ରାଜ ରାସ୍ତାରେ ଧାନ ବସ୍ତା ରଖି ଚାଷିଙ୍କଧାରଣା

କଳାହାଣ୍ଡି ଜିଲ୍ଲା ରେ ରାଜ ରାସ୍ତାରେ ଧାନ ବସ୍ତା ରଖି ଚାଷିଙ୍କଧାରଣା

କଳାହାଣ୍ଡି ,୨୫/୦୧/୨୦୨୧(ଓଡିଶା ସମାଚାର /ସଂଜୟ ସିଂହ) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ର ପଣ୍ଡି ଗାଁ ମଣ୍ଡି ର ଅଚଳ ଅବସ୍ଥା ର ପ୍ରତିବାଦ ଓ ମଣ୍ଡିରେ ଧାନ ନ ଉଠିବା କାରଣ ରୁ ରାଜ ରାସ୍ତାରେ ଧାନ ରଖି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ଚାଷୀ । ତେବେ ଗତ ୧ ତାରିଖ ରୁ ମିଲର୍ସ ଧାନ ଉଠାଣ ବନ୍ଦ ରଖିଥିବା ବେଳେ ୪୪ ହଜାର କୁଇଣ୍ଟାଲ୍ ଧାନ କ୍ରୟପାଇଁ ସରକାର ଙ୍କ ପକ୍ଷରୁ ନିର୍ଦ୍ଧେଶ ରହିଛି । କିନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ ମାତ୍ର ୨୨ ହଜାର କୁଇଣ୍ଟାଲ୍ ଉଠାଣ ହୋଇଛି । ତେବେ ମଣ୍ଡିରେ ୨୨ ହଜାର କୁଇଣ୍ଟାଲ୍ ଧାନ ପଡି ରହିଥିବା ସ୍ଥାନୀୟ ତହସିଲଦାର ଓ ବି.ଡି.ଓ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସମସ୍ୟା ର କୌଣଷି ସମାଧାନ ନ ହେବା କାରଣ ରୁ ଆଜି ସକାଳୁ କଲମପୁର-ମୁଖିଗୁଡା ରାସ୍ତାରେ ଧାନ ବୋଝେଇ ଟ୍ରାକ୍ଟର ରଖି ରାସ୍ତା ଅବରୋଧ କରିଥିବା ଫଳରେ ଯାନ ବାହାନ ଯାତାୟତରେ ବାଧାପ୍ରାପ୍ତ ହେବା ସହ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏନେଇ ଘଟଣା ସ୍ଥଳରେ ସ୍ଥାନୀୟ ତହସିଲଦାର ପହଞ୍ଚି ଆଲୋଚନା ଜାରି ରଖିଛନ୍ତି । ଓଡିଶା ସମାଚାର

Leave a Reply

Your email address will not be published.