ଟାଙ୍ଗୀ/ସାଲେପୁର୨୫/୦୧/୨୦୨୧(ଓଡିଶା ସମାଚାର/ଅଭୟ ଜେନା)- କଲେଜ ଛାତ୍ରୀ ଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଛାତ୍ରୀ ମୃତ । ମିଳିଥିବା ସୁଚନା ମୁତାବକ ସ୍ଥାନୀୟ ଟିକରା ଗ୍ରାମର ଦେବସ୍ମିତା ସାହୁ ବୟସ ୧୮ ଜଗତପୁର ରୁ କଲେଜ ସାରି ଅପରାହ୍ନ ୪ଟା ବେଳ ଘରକୁ ଫେରିବା ବାଟରେ ଟାଙ୍ଗି ଡ୍ରିମ୍ସ କଲେଜ ନିକଟରେ ଏକ ସିମେଣ୍ଟ ଟ୍ରକ ତଙ୍କ ସାଇକେଲ କୁ ଧକା ଦେବାରୁ ତଳେ ପଡି ଯିବା ଫଳରେ ଟ୍ରକ୍ ର ପଛ ଚକା ଅଣ୍ଟା ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ଟାଙ୍ଗୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।ଏନେଇ ଟାଙ୍ଗୀ ଥାନାରେ ଲିଖିତ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି।ଏହି ଘଟଣାର ସମ୍ଫୁଣ୍ଣ ତଥ୍ୟ ଏକ ଦୋକାନର ସିସିଟିଭି ରେ କଏଦ ହୋଇଛି। ଓଡ଼ିଶା ସମାଚାର