Monday , March 20 2023
Breaking News
Home / ବିଶେଷ / ଉତ୍କଳ ସମ୍ମିଳନୀର ବକ୍ସିଜଗବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳନ

ଉତ୍କଳ ସମ୍ମିଳନୀର ବକ୍ସିଜଗବନ୍ଧୁଙ୍କ ଶ୍ରାଦ୍ଧଦିବସ ପାଳନ

ଭୁବନେଶ୍ୱର, ୨୫/୦୧/୨୦୨୧ (ଓଡ଼ିଶା ସମାଚାର)-  ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ରଙ୍କ ୧୯୨ତମ ଶ୍ରାଦ୍ଧ ଦିବସ ଉପଲକ୍ଷେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ଥାନୀୟ ରାଜ୍ୟ ସଂଗ୍ରାହାଳୟ ସମ୍ମୁଖରେ ଥିବା ଉକ୍ତ ବର ପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହାପରେ ବୀର ବକ୍ସିଙ୍କ ସ୍ମୃତିଚାରଣ ଉଦ୍ଧେଶ୍ୟରେ ନିକଟବର୍ତି ନୂଆ ଗାଁ ଠାରେ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ଏବଂ ସାଧାରଣ ସମ୍ପାଦକ ଡା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସଭା ଅନୁଷ୍ଠିତ ହୋଇ ସଂଗ୍ରାମୀଙ୍କ ସାହସିକତା ଓ ତ୍ୟାଗର ନିଦର୍ଶନ ସ୍ୱରୂପ ସେ ବ୍ରିଟିଶ ସରକାର ଅତ୍ୟାଚାର ବିଋଦ୍ଧରେ ପାଇକ ମାନଙ୍କ ସହାୟତାରେ ଗଢି ତୋଳିଥିବା ଦୁର୍ବାର ସଂଗ୍ରାମର ଇତିହାସ ଉପରେ ଆଲୋଚନା ହୋଇଥିଲା । ୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଅର୍ଥାତ ୧୮୧୭ ମସିହାରେ ବକ୍ସିଙ୍କ ନେତୃତ୍ୱରେ ହୋଇଥିବା ପାଇକ ବିଦ୍ରୋହ ଯେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆରମ୍ଭ ପର୍ବ ଏହା ଓଡିÿଆ ଜାତି ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି ବର୍ଣ୍ଣନା କରି ବକ୍ତାମାନେ ତାଙ୍କୁ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ତାଙ୍କର ସ୍ମୃତିରକ୍ଷା ପାଇଁ ଆମ ରାଜ୍ୟ ଏବଂ ରାଜଧାନୀ ଦିଲ୍ଲୀରେ ଉପଯୁକ୍ତ ପଦକ୍ଷେପମାନ ନେବାକୁ ଦାବି କରାଯିବା ସହ  ପାଇକ ବିଦ୍ରୋହକୁ କିପରି ଆମର ଉତର ପିଢୀ ମନେରଖିବେ ସେଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ସୁଚିନ୍ତିତ କାର୍ଯ୍ୟକ୍ରମ ଗ୍ରହଣ ପୂର୍ବକ ବରୁଣେଇ ପାହାଡ଼କୁ ଓଡିଆ ଜାତି ବୀରତ୍ୱର ଶ୍ରେଷ୍ଠ ପ୍ରମାଣିକ ଚିହ୍ନ ଭାବରେ ପ୍ରଦର୍ଶନ କରିବାକୁ ମଧ୍ୟ ଦାବି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ଦ୍ୱୟରେ କୋଭିଡ଼୍ ରୋଗ ନିୟନ୍ତ୍ରଣ କଟକଣା ପାଳନ କରି ଅନ୍ୟମାନଙ୍କ ମଧ୍ୟରେ  ଗିରିଜା ଶଙ୍କର ମହାପାତ୍ର, ଯୁଗଳ କିଶୋର ନାୟକ, ଆଶୀଷ ପ୍ରହରାଜ, ସୌଭାଗ୍ୟ ମହାପାତ୍ର , ଭରତ କୁମାର ଜେନା, ବୈରାଗୀ ସେଠୀ, ସଦାଶିବ ନାୟକ,ନିଖିଳ ପ୍ରସାଦ ଦାଶ, କାଳନ୍ଦୀ ନାୟକ, କେଶବ ପାଇଲ,ନାରାୟଣ ସ୍ୱାଇଁ ଓ ତିରୂପତି ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.