Saturday , April 1 2023
Breaking News
Home / ବିଶେଷ / ଆଜିଜଙ୍ଗା ଶିଶୁ ଉଦ୍ୟାନ : ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଆଜିଜଙ୍ଗା ଶିଶୁ ଉଦ୍ୟାନ : ଉଦଘାଟନ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲାପାଳ

ଗରଦପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅଧିନସ୍ଥ ତେଣ୍ଡାକୁଡ଼ା ପଂଚାୟତର ଆଳିଜଙ୍ଗା ଠାରେ ଏକ ଶିଶୁ ଉଦ୍ୟାନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ଏନଆରଇଜିଏସ ଯୋଜନାରେ ପ୍ରାୟ ୨୫ ଲକ୍ଷ ଟଙ୍କା ବ୍ୟୟ କରାଯାଇ ଏହି ଶିଶୁ ଉଦ୍ୟାନ ନିର୍ମାଣ କରାଯାଇଛି । ଅନେକ ଦିନୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟରେ ଆସୁନାହିଁ । ଶେଷରେ ଆସନ୍ତା ମଙ୍ଗଳବାର ଜାନୁଆରୀ ୨୬ ତାରିଖ ସାଧାରଣତନ୍ତ୍ର ଦିବସ ଅପରାହ୍ନରେ ଏହାର ଉଦଘାଟନ ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ପାଟକୁରାର ବିଧାୟିକା ସାବିତ୍ରୀ ଅଗ୍ରୱାଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଉଦଘାଟନ କରିବାକୁ ସ୍ଥିରିକୃତ ହୋଇଛି । ଗରଦପୁର ବ୍ଲକ୍ ର ବିଡ଼ିଓ ରଂଜିତ କୁମାର ମଲିକ,ଗରଦପୁର ତହସିଲଦାର ଧରଣୀଧର ବେହେରା ଓ ବ୍ଲକ୍ ଅଧ୍ୟକ୍ଷା ସ୍ୱର୍ଣ୍ଣପ୍ରଭା ସେଠୀ ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଶିଶୁ ଉଦ୍ୟାନର ଉଦଘାଟନ ପୂର୍ବରୁ କେନ୍ଦ୍ରାପଡ଼ାରେ ଯୋଗଦେଇଥିବା ନୂତନ ଜିଲାପାଳ ଅମି୍ରତ ଋତୁରାଜ ଅଚାନକ ଆଳିଜଙ୍ଗାରେ ପହଂଚି ଉଦଘାଟିତ ହେବାକୁ ଥିବା ଏହି ଶିଶୁ ଉଦ୍ୟାନର ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜିଲାପାଳ ନିର୍ମାଣ କରାଯାଇଥିବା ଏହି ଶିଶୁ ଉଦ୍ୟାନ ଭିତରେ ବୁଲି ସ୍ଥିତି ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.