କେନ୍ଦ୍ରାପଡା, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମର ଉମେଶ ଚନ୍ଦ୍ର ମଲ୍ଲିକଙ୍କ ଝିଅ ମାମାଲି ମଲ୍ଲିକ(୧୯) ଅପହରଣ ହୋଇଥିବା ସମ୍ପର୍କରେ ତାଙ୍କ ପିତା ସଦର ଥାନାରେ ଅଭିଯୋଗ କରିଥିଲେ । ସେହି ଅଭିଯୋଗ ଅନୁଯାଇ ସଦର ଥାନା ପୋଲିସ ତଦନ୍ତ ଚଳାଇ ରଖିଥିବା ବେଳେ ଆଜି ଅପହୃତା ଯୁବତୀ ମାମାଲି ତାଙ୍କ ପ୍ରେମିକ ପାଟକୁରା ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମର ଟୁକୁନା ମଲ୍ଲିକଙ୍କ ପୁଅ ଦୀପକ ମଲ୍ଲିକ(୨୩)ଙ୍କ ସହ ଥାନାରେ ପହଁଚିଥିଲେ । ଉଭୟ ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକଙ୍କ ନିକଟରେ ପ୍ରକାଶ କରିଥିଲେ ଯେ ଏକବର୍ଷ ହେବ ଉଭୟ ଯୁବକଯୁବତୀ ଉଭୟଙ୍କୁ ଭଲପାଇ ଆସୁଥିଲେ । ଗତ ଜାନୁଆରୀମାସ ୬ତାରିଖରେ ଉଭୟ କୋର୍ଟ ମ୍ୟାରେଜ କରିବା ସହ ସୋମନାଥ ମନ୍ଦିରରେ ମଧ୍ୟ ବିବାହ କରିଛନ୍ତି । ମାମାଲି ସ୍ୱାମୀଙ୍କ ସହ ଶାଶୁଘରେ ଭଲରେ ରହୁଥିବା ଓ ସେ ନିଜ ଇଛାରେ ବିବାହ କରିଥିବା ସମ୍ପର୍କରେ ଲିଖିତ ଭାବେ ଥାନାରେ ଜଣାଇଥିବା ସୂଚନା ମିଳିଛି । ଏବେ ସ୍ୱଇଛାରେ ମାମାଲି ଶାଶୁ ଘରେ ସ୍ୱାମୀଙ୍କ ସହ ରହିବାକୁ ଚାହିଁବାରେ ଥାନା ପକ୍ଷରୁ ଉଭୟଙ୍କୁ ସ୍ଥାନୀୟ ମନ୍ଦିରରେ ବିବାହ ବନ୍ଧନରେ ପୁନର୍ବାର ବାନ୍ଧି ଦିଆଯାଇ ଉଭୟଙ୍କୁ ପାଟକୁରା ଥାନା ଅନ୍ତର୍ଗତ ଭାରିଗୋଳ ଗ୍ରାମକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର