ନିରାକାରପୁର, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ନରଣଗଡ଼ ପଂଚାୟତ ହାଡ଼ପଦା ଗ୍ରାମରେ ଗତ ୨୧ ତାରିଖ ଗୁରୁବାର ରାତି ସାଢେ ଗୋଟାଏ ସମୟରେ ଅଗ୍ନିକାଣ୍ଡ ଘଟି ଗ୍ରାମର ବିରଂଚି ହରିଚନ୍ଦନଙ୍କ ଦୁଇ ବଖରା ଗୃହ ସଂପୂର୍ଣ୍ଣ ଜଳି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ପରିବାର ସମସ୍ତ ଆସବାବପତ୍ର ଓ ଲୁଗାପଟା ପୋଡ଼ି ପାଉଁଶ ହୋଇଯାଇଥିଲା ।ଏହି ଦୁଃଖଦ ଖବର ଶୁଣି ରବିବାର ଦିନ ନିରାକାରପୁର ସହଯୋଗ ଅନୁଷ୍ଠାନ ପକ୍ଷରୁ ବିପନ୍ନଙ୍କ ପାଖରେ ପହଂଚି ରାସନ ସାମଗ୍ରୀ, ପିନ୍ଧିବା ବସ୍ତ୍ର, ଖାଇବା ବାସନ, ବାଲ୍ଟି, ମଗ, କମଳ, ପନିପରିବା, ମହବତୀ, ମଶାଧୂପ, ଦିଆସିଲ, ବ୍ରସ, ପେଷ୍ଟ ସମେତ ଅନ୍ୟାନ୍ୟ ନିତ୍ୟ ବ୍ୟବହାର ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସକ୍ରିୟ ସଭ୍ୟ ମାନସ ଚନ୍ଦ୍ର ପଟ୍ଟନାୟକ, ଉମେଶ ଚନ୍ଦ୍ର ପଟ୍ଟନାୟକ, ଲଛମନ ନାୟକ, ସମିତି ସଭ୍ୟ ଅମରେନ୍ଦ୍ର ବଳିୟାରସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନୁଷ୍ଠାନର ଆବାହକ ହିମାଂଶୁ ଭୂଷଣ ଚମ୍ପତିରାୟ । ଓଡ଼ିଶା ସମାଚାର