ପାଟକୁରା, ୨୫/୦୧/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ପଂଚାୟତ ଅନ୍ତର୍ଗତ ଯମୁନାବାଦ ଗ୍ରାମର ଛକ ନିକଟରେ ଥିବା ଦୁଇଟି ଦୋକାନ ଗୃହ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଜଳିଯାଇଛି । ପ୍ରକାଶ ଯେ , ନୂଆପଡା -ଗରଦପୁର ଆର.ଡି ରାସ୍ତାର ଯମୁନାବାଦ ଗ୍ରାମର ଛକ ନିକଟରେ ନିକଟସ୍ଥ ପରକଣା ଗ୍ରାମର ସନ୍ତୋଷ ନାଥଙ୍କର ଏକ ଚା’ ଜଳଖିଆ ଦୋକାନ ରହିଥିବାବେଳେ, ସେହି ଗ୍ରାମର ଶଙ୍କର୍ଷଣ ନାଥଙ୍କର ଅନ୍ୟ ଏକ ସାଇକେଲ ମରାମତି ଦୋକାନ ରହିଥିଲା । ଗତ କାଲି ରାତିରେ ଦୋକାନ ବନ୍ଦ କରି ସେମାନେ ଘରକୁ ଯାଇଥିଲେ । ବିଳମ୍ବିତ ରାତିରେ ଦୋକାନ ଘରେ ନିଆଁ ଲାଗି ଜଳୁଥିବାର ଦେଖି ଗ୍ରାମର ଲୋକମନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୋକାନ ଘର ସମ୍ପୂର୍ଣ୍ଣ ଜଳିଯାଇଥିଲା । କେହି ଅଜ୍ଞାତ ଦୁର୍ବୃତମାନେ ଦୋକାନ ଘରେ ନିଆଁ ଲଗାଇ ଦେଇଥିବା କିମ୍ବା ବିଦ୍ୟୁତ ସଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ଓଡ଼ିଶା ସମାଚାର